Breaking PLUSଓଡ଼ିଶାମୁଖ୍ୟ ଖବର

କରୋନା କଟକଣା ମଧ୍ୟରେ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

କରୋନା କଟକଣା ସହ ଆଜିଠାରୁ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଥିବା ରାଜନଗର ଡିଏଫଓ ସୂଚନା ଦେଇଛନ୍ତି  । ବର୍ତ୍ତମାନ ସମୟରେ କେବଳ ରାତି ରହଣି ପାଇଁ ଅନୁମତି ପ୍ରଦାନ କରାଯାଇଛି  ।

କରୋନା କଟକଣା ସହ ଆଜିଠାରୁ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଥିବା ରାଜନଗର ଡିଏଫଓ ସୂଚନା ଦେଇଛନ୍ତି  । ବର୍ତ୍ତମାନ ସମୟରେ କେବଳ ରାତି ରହଣି ପାଇଁ ଅନୁମତି ପ୍ରଦାନ କରାଯାଇଛି  ।

ତେବେ ସାତ ମାସ ପରେ ଆଜିଠାରୁ କୋଭିଡ୍ କଟକଣା ଭିତରେ ସମସ୍ତ ଗାଇଡ୍‌ଲାଇନ୍ ପାଳନ କରାଯାଇ ପର୍ଯ୍ୟଟକମାନଙ୍କ ପାଇଁ ଖୋଲାଯାଇଛି। କିନ୍ତୁ ପର୍ଯ୍ୟଟକମାନଙ୍କର ଉଦ୍ୟାନ ମଧ୍ୟରେ ବୁଲିବା ଉପରେ କଟକଣା ରହିଛି ।

ଉଦ୍ୟାନରେ କୌଣସି ପର୍ଯ୍ୟଟକ ବୁଲିବାକୁ ଯାଇପାରିବେନି । କେବଳ ରାତ୍ରିଯାପନ ପାଇଁ ରୁମ୍ ବୁକ୍ କରିଥିବେ ସେମାନଙ୍କୁ ବୋଟିଂ ଓ ବୁଲିବାକୁ ଅନୁମତି ମିଳିବ । ଗୁପ୍ତି ଓ ହବାଳିଖଟିରେ ଥିବା କଟେଜ୍ ବୁକିଂ କରାଯିବ ନାହିଁ ।

କେବଳ ଡାଙ୍ଗମାଳରେ ୧୬ଟି କଟେଜରେ ପର୍ଯ୍ୟଟକମାନେ ରାତ୍ରୀଯାପନ କରିପାରିବେ । ଏଥିପାଇଁ ଇକୋ ଟୁର୍ ଓଡ଼ିଶା ଡଟ୍ କମରେ ପର୍ଯ୍ୟଟକମାନେ ଅନଲାଇନରେ ରୁମ୍ ବୁକ୍ କରିପାରିବେ। କଟେଜ ଓ ବୋଟଗୁଡ଼ିକୁ ସାନିଟାଇଜ କରାଯିବା ସହ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯିବ ।

ଉଲ୍ଲେଖଯୋଗ୍ୟ, କରୋନା ମହାମାରୀ ପାଇଁ ଗତ ମାର୍ଚ୍ଚ ୧୩ ତାରିଖରୁ ଭିତରକନିକା ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିଥିଲା ।

Show More

Related Articles

Back to top button