Breaking PLUS

ଆଜି ପୁଣି ବଢିଲା ତୈଳ ଦର

ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଶନିବାର ପୁଣି ଇନ୍ଧନ ମୂଲ୍ୟ ବୃଦ୍ଧି ପାଇଛି । କ୍ରମାଗତ ଦ୍ୱାଦଶ ଦିନ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ରେକର୍ଡ କରାଯାଇଛି । ଏହି ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୦.୫୦ ଟଙ୍କା ଅତିକ୍ରମ କରିଛି।

ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଶନିବାର ପୁଣି ଇନ୍ଧନ ମୂଲ୍ୟ ବୃଦ୍ଧି ପାଇଛି । କ୍ରମାଗତ ଦ୍ୱାଦଶ ଦିନ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ରେକର୍ଡ କରାଯାଇଛି । ଏହି ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୦.୫୦ ଟଙ୍କା ଅତିକ୍ରମ କରିଛି। ଏହା ଏପର୍ଯ୍ୟନ୍ତ ସର୍ବୋଚ୍ଚ ସ୍ତର ଅଟେ । ଦିଲ୍ଲୀରେ ଇନ୍ଧନ ମୂଲ୍ୟ ୩୭ ପଇସାରୁ ୩୯ ପଇସାକୁ ବୃଦ୍ଧି ପାଇଛି । ତୈଳ ମାର୍କେଟିଂ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଅନୁଯାୟୀ, ଦିଲ୍ଲୀରେ ପେଟ୍ରୋଲ ୩୯ ପଇସା ବୃଦ୍ଧି ପାଇ ୯୦.୫୮ ଟଙ୍କା ଥିବାବେଳେ ଡିଜେଲ ୩୭ ପଇସା ବୃଦ୍ଧି ପାଇ ୮୦.୯୭ ଟଙ୍କା ହୋଇଛି ।

ଅନ୍ୟାନ୍ୟ ମେଟ୍ରୋ ବିଷୟରେ କହିବାକୁ ଗଲେ, ତାଜା ବୃଦ୍ଧି ପରେ ଦେଶର ଆର୍ଥିକ ରାଜଧାନୀରେ ପେଟ୍ରୋଲ ୯୭ ଟଙ୍କା ସ୍ତରକୁ ଛୁଇଁଲା। ମୁମ୍ବାଇରେ ପେଟ୍ରୋଲ ୩୮ ପଇସା ବୃଦ୍ଧି ପାଇ ଲିଟର ପିଛା ୯୭ ଟଙ୍କା ଥିବାବେଳେ ଶୁକ୍ରବାର ଦିନ ଏହା ୯୬.୬୨ ଟଙ୍କା ଥିଲା। ଡିଜେଲ ଶୁକ୍ରବାର ଦିନ ୮୭.୬୭ ରୁ ଶନିବାର ଦିନ ଲିଟର ପିଛା ୮୮.୦୬ ଟଙ୍କାକୁ ବୃଦ୍ଧି ପାଇଛି।

ସେହିଭଳି କୋଲକାତାରେ ଆଜି ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୧.୭୮ ଟଙ୍କାକୁ ବୃଦ୍ଧି କରାଯାଇଛି ଯାହା ଶୁକ୍ରବାର ଦିନ ଲିଟର ପିଛା ୯୧.୪୧ ଟଙ୍କା ରହିଥିଲା । ଡିଜେଲର ମୂଲ୍ୟ ଲିଟର ପିଛା ୮୪.୫୬ ଟଙ୍କାକୁ ବୃଦ୍ଧି କରାଯାଇଛି। ଗତକାଲି ଏହା ଲିଟର ପିଛା ୮୪.୧୯ ଟଙ୍କା ଥିଲା।

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର ପିଛା ୯୧.୨୦ ପଇସା ରହିଥିବା ବେଳେ ଡିଜେଲ ଦର ଲିଟର ପିଛା ୮୮.୧୪ ପଇସା ରେକର୍ଡ କରାଯାଇଛି । ଦିନକୁ ଦିନ ତୈଳ ଦର ବୃଦ୍ଧି ଯୋଗୁଁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

Cialis improves erection and lets achieve a successful sexual. viagra malaysia Home Health Blog Blog Single.

Show More

Related Articles

Back to top button