ବାଣିଜ୍ୟ

ଚାହିଦା ବଢ଼ାଇଲା ତୈଳ ଆମଦାନୀ

ଫେବ୍ରୁଆରୀରେ ବଢ଼ିଛି ୪.୮୬ ବିପିଡି

ଯୁଦ୍ଧ ସମୟରେ ବଢ଼ୁଛି ଅଶୌଧିତ ତୈଳ ଆମଦାନୀର ଚାହିଦା। ୨୦୨୧ ଫେବ୍ରୁଆରୀ ମାସରେ ଭାରତ ଅଶୌଧିତ ତୈଳ ଆମଦାନୀ ବୃଦ୍ଧି ହୋଇ ୪.୮୬ ମିଲିୟନ ବ୍ୟାରେଲ୍ ପ୍ରତିଦିନ(ବିପିଡି) ହୋଇଛି। ବର୍ଷ ୨୦୨୦ ଡିସେମ୍ବର ମାସ ଠାରୁ ବି ଅଧିକ ଆମଦାନୀ ଫେବ୍ରୁଆରୀରେ ହୋଇଛି। ବାଣିଜ୍ୟିକ ସଂସ୍ଥାନ ସହିତ ଜଡ଼ିତ ସୂତ୍ରରୁ ଏହି ସୂଚନା ମିଳିଛି। ଚାହିଦା ବୃଦ୍ଧି ଯୋଗୁ ତେଲ ଆମଦାନୀ ବୃଦ୍ଧି ପାଇଛି ବୋଲି କୁହାଯାଇଛି। ମିଳିଥିବା ତଥ୍ୟ ଅନୁସାରେ, ଭାରତରେ ଜାନୁଆରୀ ମାସରେ ଅଶୌଧିତ ତୈଳ ଆମଦାନୀରେ ୫ ପ୍ରତିଶତ ବୃଦ୍ଧି ହୋଇଥିଲା। ଯାହା ଫେବ୍ରୁଆରୀ ୨୦୨୧ରେ ଲୋ ବେସ୍‌ରୁ ୨୪ ପ୍ରତିଶତ ବଢ଼ିଗଲା। ସାଧାରଣତଃ ଭାରତୀୟ ରିଫାଇନର କମ୍ପାନୀଗୁଡ଼ିକ ପ୍ରୋସେସିଂର ଦୁଇ ମାସ ପୂର୍ବରୁ ତେଲ କିଣିଥାନ୍ତି। କୋଭିଡ୍‌ କଟଣା ହଟିବା ପରେ ତେଲର ଚାହିଦା ବଢ଼ିବା କାରଣରୁ ବିଶ୍ୱର ତୃତୀୟ ସର୍ବାଧିକ ତେଲ ଉପଭୋକ୍ତା ଦେଶ ଭାରତରେ ତେଲ ଆମଦାନୀ ବୃଦ୍ଧି ହୋଇଛି।

ମଧ୍ୟପୂର୍ବ ଦେଶଗୁଡ଼ିକର ଉପରେ ନିର୍ଭରଶୀଳତା କମାଉଛି ଭାରତର

ଭାରତ ନିଜର ଆବଶ୍ୟକତା ଠାରୁ ୮୫ ପ୍ରତିଶତ ଅଧିକ ଅଶୌଧିତ ତୈଳ ଆମଦାନୀ କରିଥାଏ। ଏଥିପାଇଁ ମଧ୍ୟପୂର୍ବ ରାଷ୍ଟ୍ରଗୁଡ଼ିକ ଉପରେ ଅଧିକ ନିର୍ଭର କରିବାକୁ ପଡ଼ିଥାଏ। ହେଲେ ଏବେ ମଧ୍ୟପୂର୍ବ ଦେଶଗୁଡ଼ିକ ଉପରେ ଭାରତର ନିର୍ଭରଶୀଲତା ଧୀରେ ଧୀରେ ହ୍ରାସପାଉଛି। କାରଣ ରିଫାଇନର ମାନେ କମ୍ ଦାମରେ ତେଲ କଣିବାକୁ ନୂଆ ନୂଆ ବିକଳ୍ପ ଖୋଜିବା ଆରମ୍ଭ କଲେଣି। ଏପଟେ ଋଷରୁ କମ୍ ଦାମରେ ତେଲ କିଣିବା ନେଇ ମଧ୍ୟ ଭାରତ ଯୋଜନା କରୁଛି। ଋଷ ଭାରତକୁ ରିହାତି ଦରରେ ତେଲ ଦେବ ବୋଲି ନିଜଆଡ଼ୁ ପ୍ରସ୍ତାବ ଦେଇଛି। ତେଣୁ ଭାରତ ଏଇ ମଉକା ହାତଛଡ଼ା କରିବାକୁ ଚାହୁଁନାହିଁ।

Show More

Related Articles

Back to top button