Breaking PLUSଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

କେନ୍ଦ୍ର କର୍ମଚାରୀଙ୍କ ବଢ଼ିଛିକି ମହଙ୍ଗା ଭତ୍ତା

ଜାଣନ୍ତୁ ଏନେଇ କଣ କହିଲେ ସରକାର ?

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବା ଡିଏ ବଢ଼ାଯାଇନାହିଁ। କେନ୍ଦ୍ର ସରକାର ଏନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି। ଗତକିଛ ଦିନ ହେଲା ଡିପାର୍ଟମେଣ୍ଟ ଅଫ ଏକ୍ସପେଣ୍ଡିଚର୍‌ର ଏକ ଚିଠି ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଛି। ଏଥିର କେନ୍ଦ୍ର ସରକାର ସରାକାରୀ କର୍ମଚାରୀମାନଙ୍କର ୪ ପ୍ରତିଶତ ମହଙ୍ଗା ଭତ୍ତା ବଢ଼ାଇଛନ୍ତି ବୋଲି କୁହାଯାଇଥିଲା। ସେହି ଚିଠି ଅନୁସାରେ, ଏବେ କର୍ମଚାରୀମାନଙ୍କ ଡିଏ ବଢ଼ି ଏବେ ୩୮ ପ୍ରତିଶତ ହୋଇଯାଇଛି। ସେଥିରେ କୁହାଯାଇଛିଯେ ଗତ ଜୁଲାଇ ୧ ରୁ କର୍ମଚାରୀମାନଙ୍କର ସଂଶୋଧିତ ଡିଏ ଲାଗୁ ହେବ। କିନ୍ତୁ ଏବେ ପିଆଇବି (ପ୍ରେସ୍‌ ଏଣ୍ଡ ଇନଫରମେସନ୍‌ ବ୍ୟୁରୋ) ଫ୍ୟାକ୍ଟ ଚେକ୍‌ରେ ସେହି ଚିଠି ନକଲି ବୋଲି କୁହାଯାଇଛି। ଏହି ଚିଠିକୁ ଅଗଷ୍ଟ ୨୩ରେ ଜାରି କରାଯାଇଥିଲ।

ସୂଚନାଥାଉକି, ସପ୍ତମ ବେତନ ଆୟୋଗ (ସେଭେନଥ୍‌ ପେ କମିଶନ)ର ନର୍ଦ୍ଦେଶାବଳୀ ଆଧାରରେ ପ୍ରତି ୬ ମାସରେ ଥରେ ମହଙ୍ଗା ଭତ୍ତା ବଢ଼ିଥାଏ। ୨୦୨୨ ପୂର୍ବରୁ ୬ ମାସ ପାଇଁ ମହଙ୍ଗା ଭତ୍ତା ବଢ଼ାଯାଇଥିଲା। ଏଥର ମହଙ୍ଗା ଭତ୍ତାକୁ ସରକାର ୩ ପ୍ରତିଶତ ବଢ଼ାଇଥିଲେ। କିନ୍ତୁ ଦ୍ୱିତୀୟ ୬ ମାସ ବା ଜୁଲାଇରୁ ଡିସେମ୍ୱର ମାସ ପର୍ଯ୍ୟନ୍ତ ମହଙ୍ଗା ଭତ୍ତା ପାଇଁ ସରକାରଙ୍କ ପକ୍ଷରୁ କୌଣସି ଘୋଷଣା ହୋଇନାହିଁ। ଅନ୍ୟପଟେ ସରକାର କହିଛନ୍ତି ଅଷ୍ଟମ ବେତନ କମିଶନ ଗଠନ କରିବା ପାଇଁ ବର୍ତ୍ତମାନ ସେପରି କୌଣସି ପ୍ରସ୍ତାବ ଦିଆଯାଇନାହିଁ କିମ୍ୱା ବିଚାରାଧୀନ ମଧ୍ୟ ନାହିଁ। ଫଳରେ ଏହା ସପ୍ତମ ବେତନ କମିଶନ ଆୟୋଗର ନିର୍ଦ୍ଦେଶାବଳୀ ଅନୁସାରେ ଲାଗୁ ହେବ।

Show More

Related Articles

Back to top button