Breaking PLUSଓଡ଼ିଶାପାଣିପାଗ

ଆସନ୍ତା ୨୭, ୨୮ରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଲୁକା ବର୍ଷା

ଉତ୍ତର ପଶ୍ଚିମ ଦିଗରୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବା ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହ କମୁଛି । ଫଳରେ ରାତି ତାପମାତ୍ରା ଆସନ୍ତାକାଲିଠାରୁ ବୃଦ୍ଧି ପାଇବା ସମ୍ଭାବନା ରହିଛି । ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ। ଯଦ୍ଦ୍ୱାରା ଶୀତ ପ୍ରକୋପ ହ୍ରାସ ପାଇବ । ୨୭ ଓ ୨୮ରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ଫୁଲବାଣୀରେ ରାତି ତାପମାତ୍ରା ୬.୫ ଡିଗ୍ରୀ ରହିଛି । ପୁଣିଥରେ ରାଜ୍ୟର ଥଣ୍ଡା ସ୍ଥାନ ଭାବେ ଫୁଲବାଣୀ ପରିଗଣିତ ହୋଇଛି । ପାହାଡିଆ ଅଞ୍ଚଳ ମଧ୍ୟରେ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ରେକର୍ଡ କରାଯାଇଛି । ଡିସେମ୍ବର ୧୯ରୁ ଲାଗି ରହିଥିବା ଶୀତ ଲହରୀରେ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀକୁ ଖସି ଆସିଥିଲା । ରାତି ତାପମାତ୍ରା ବଢ଼ିବା ଦ୍ୱାରା ଦାରିଙ୍ଗବାଡି ଓ ଫୁଲବାଣୀରେ ଶୀତ ପ୍ରକୋପ କମୁଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ୦.୧ରୁ ୨.୪ ଡିଗ୍ରୀ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ୦.୨ରୁ ୨.୨ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

Show More

Related Articles

Back to top button