Breaking PLUSଓଡ଼ିଶାମୁଖ୍ୟ ଖବର

କପିଳାସ ପୀଠରେ ୧୪୪ ଧାରା ଜାରି

ରାଜ୍ୟରେ ଚିନ୍ତା ବଢ଼ାଇଛି ଓମିକ୍ରନ୍ । ସେନେଇ କଡାକଡି କରାଯାଉଛି କଟକଣା । ବର୍ତ୍ତମାନ ପିକନିକ୍ ଋତୁ ହୋଇଥିବାରୁ ଢେଙ୍କାନାଳ ଜିଲ୍ଲାର କପିଳାସ ପୀଠରେ ବହୁ ଲୋକଙ୍କ ସମାଗମ ହୋଇଥାଏ । ଏନେଇ ଜିଲ୍ଲା ପ୍ରଶାସନ କପିଳାସ ପୀଠରେ ୧୪୪ ଧାରା ଜାରି କରିଛନ୍ତି । ଖ୍ରୀଷ୍ଟମାସ ଓ ନୂଆବର୍ଷକୁ ଦୃଷ୍ଟିରେ ରଖି ଏପରି କଟକଣା ଜାରି କରିଛି ପ୍ରଶାସନ । ରାଜ୍ୟରେ କରୋନା ସଂକ୍ରମଣ ଓ ଓମିକ୍ରନ ବ୍ୟାପିବା ଭୟ ଥିବାରୁ ପ୍ରଶାସନ ଏପରି ନିଷ୍ପତି ନେଇଛି ।

ଅନ୍ୟପଟେ ରାଜ୍ୟରେ ଡିସେମ୍ବର ୨୫ ତାରିଖରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି ।

Show More

Related Articles

Back to top button