Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୯୮୮୯ ଜଣ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର ଦୈନିକ ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ମଙ୍ଗଳବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୯୮୮୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର ଦୈନିକ ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ମଙ୍ଗଳବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୯୮୮୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫୬୧୧ ଓ ସ୍ଥାନୀୟ ଅଞ୍ଚଳରୁ ୪୨୭୮ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୮୯ହଜାର ୬୪୧କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୪୪୩ଜଣ ଥିବାବେଳେ ବାଲେଶ୍ୱରରୁ ୧୫୧ଜଣ, ବରଗଡ଼ରୁ ୪୮୩ଜଣ, ଭଦ୍ରକରୁ ୫୨ଜଣ, ବାଲଙ୍ଗୀରରୁ ୩୨୬ଜଣ, ବୌଦ୍ଧରୁ ୧୨୯ଜଣ, କଟକରୁ ୭୯୦ଜଣ, ଦେବଗଡ଼ରୁ ୭୫ଜଣ, ଢେଙ୍କାନାଳରୁ ୯୦ଜଣ, ଗଜପତିରୁ ୧୧୭ଜଣ, ଗଞ୍ଜାମରୁ ୩୧୦ଜଣ, ଜଗତସିଂହପୁରରୁ ୧୫୬ଜଣ, ଯାଜପୁରରୁ ୨୮୨ଜଣ, ଝାରସୁଗୁଡ଼ାରୁ ୩୮୬ଜଣ, କଳାହାଣ୍ଡିରୁ ୪୧୪ଜଣ, କନ୍ଧମାଳରୁ ୫୨ଜଣ, କେନ୍ଦ୍ରାପଡ଼ାରୁ ୫୨ଜଣ, କେନ୍ଦୁଝରରୁ ୧୯୫ଜଣ, ଖୋର୍ଦ୍ଧାରୁ ୧୩୩୧ଜଣ, କୋରାପୁଟରୁ ୯୪ଜଣ, ମାଲକାନଗିରିରୁ ୮୬ଜଣ, ମୟୁରଭଞ୍ଜରୁ ୨୪୩ଜଣ, ନବରଙ୍ଗପୁରରୁ ୪୧୪ଜଣ, ନୟାଗଡ଼ରୁ ୨୨୩ଜଣ, ନୂଆପଡ଼ାରୁ ୩୩୫ଜଣ, ପୁରୀରୁ ୪୩୬ଜଣ, ରାୟଗଡ଼ାରୁ ୧୨୯ଜଣ, ସମ୍ବଲପୁରରୁ ୪୭୦ଜଣ, ସୋନପୁରରୁ ୧୫୮ଜଣ, ସୁନ୍ଦରଗଡ଼ରୁ ୧୧୩୭ଜଣ ଏବଂ ରାଜ୍ୟ ପୁଲ୍‌ରୁ ୨୪୯ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୪,୮୯,୬୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୪,୧୦,୨୨୭ଜଣ ସୁସ୍ଥ ହୋଇଥିବା ବେଳେ ୭୭,୨୫୭ଜଣ ସକ୍ରିୟ ମାମଲା ରହିଛି ।

Show More

Related Articles

Back to top button