Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୭ ଜଣଙ୍କ ମୁଣ୍ଡ ଗଡାଇଲା ମହାମାରୀ କରୋନା

ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ପ୍ରାଣ ହରାଇଛନ୍ତି ଆଉ ୬୭ ଜଣ। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୫୧୨କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ପ୍ରାଣ ହରାଇଛନ୍ତି ଆଉ ୬୭ ଜଣ। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୫୧୨କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୪ ଜଣ ଅଛନ୍ତି। ସେହିପରି ଅନୁଗୋଳ ଓ କେନ୍ଦୁଝର ଜିଲାରୁ ୧୦ ଜଣ ଲେଖାଏ, ସୁନ୍ଦରଗଡ଼ରୁ ୬, ପୁରୀରୁ ୫, ମୟୂରଭଞ୍ଜ ଓ ଗଞ୍ଜାମରୁ ୨ ଜଣ ଲେଖାଏ, ଦେବଗଡ଼, ଢେଙ୍କାନାଳ, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା, ମାଲକାନଗିରି ଓ ନୂଆପଡ଼ାରୁ ଜଣେ ଲେଖାଏ ଅଛନ୍ତି।

ତେବେ ଖୋର୍ଦ୍ଧା ଜିଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୫୭କୁ ବୃଦ୍ଧି ପାଇଥିବା ବେଳେ ଅନୁଗୋଳରେ ୨୨୯, ଦେବଗଡ଼ରେ ୩୭, ଢେଙ୍କାନାଳରେ ୧୦୮, ଗଞ୍ଜାମରେ ୪୨୭, ଯାଜପୁରରେ ୬୦, ଝାରସୁଗୁଡ଼ାରେ ୧୪୦, କନ୍ଧମାଳରେ ୬୭, କେନ୍ଦ୍ରାପଡ଼ାରେ ୧୨୬, କେନ୍ଦୁଝରରେ ୧୧୬, ମାଲକାନଗିରିରେ ୪୪, ମୟୂରଭଞ୍ଜରେ ୨୦୨, ନୂଆପଡ଼ାରେ ୭୭, ପୁରୀରେ ୩୩୩ ଓ ସୁନ୍ଦରଗ ୪୬୯କୁ ବୃଦ୍ଧି ପାଇଛି।

Show More

Related Articles

Back to top button