Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଅଣାୟତ କରୋନା ସ୍ଥିତି, ଗତ ୨୪ ଘଣ୍ଟା ମଧ୍ୟରେ ୪୨୪୧ ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ

ରାଜ୍ୟରେ ଆଜି ୪୨୪୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୨୫୦୨ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସିଛନ୍ତି ୧୭୩୯ ଜଣ ଆକ୍ରାନ୍ତ

ରାଜ୍ୟରେ ଆଜି ୪୨୪୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୨୫୦୨ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସିଛନ୍ତି ୧୭୩୯ ଜଣ ଆକ୍ରାନ୍ତ। ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୭୧୬୧ରେ ପହଁଚିଥିବାବେଳେ ସେମାନଙ୍କ ମଧ୍ୟରୁ ୩୬୫୮୦ ଜଣ ଚିକିତ୍ସିତ ହେଉଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୮୪, ବାଲେଶ୍ୱରରେ ୧୪୧, ବରଗଡ଼ରେ ୧୪୯, ଭଦ୍ରକରେ ୭୨, ବଲାଙ୍ଗୀରରେ ୪୪, ବୌଦ୍ଧରେ ୯୪, କଟକରେ ୩୮୯, ଦେବଗଡ଼ରେ ୬, ଢେଙ୍କାନାଳରେ ୮୬, ଗଜପତିରେ ୨୩, ଗଞ୍ଜାମରେ ୭୫, ଜଗତସିଂହପୁରରେ ୧୨୬, ଯାଜପୁରରେ ୧୫୦, ଝାରସୁଗୁଡ଼ାରେ ୧୧୧, କଳାହାଣ୍ଡିରେ ୧୧୪, କନ୍ଧମାଳରେ ୧୧୬, କେନ୍ଦ୍ରାପଡ଼ାରେ ୧୦୩, କେନ୍ଦୁଝରରେ ୭୭, ଖୋର୍ଦ୍ଧାରେ ୬୪୭, କୋରାପୁଟରେ ୯୮, ମାଲକାନାଗିରିରେ ୨୮, ମୟୂରଭଞ୍ଜରେ ୧୪୭, ନବରଙ୍ଗପୁରରେ ୧୦୭, ନୟାଗଡ଼ରେ ୯୪, ନୂଆପଡ଼ାରେ ୯୯, ପୁରୀରେ ୨୯୧, ରାୟଗଡ଼ାରେ ୬୬, ସମ୍ବଲପୁରରେ ୯୧, ସୋନପୁରରେ ୧୨୯ ଓ ସୁନ୍ଦରଗଡ଼ରେ ୧୫୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅପରପକ୍ଷରେ ଷ୍ଟେଟ ପୁଲରୁ ୩୩୦ ଜଣ ଚିହ୍ନଟ ହୋଇଛନ୍ତି ।

Show More

Related Articles

Back to top button