Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଗତ ୨୪ ଘଣ୍ଟାରେ ୩ ହଜାର ୦୮୭ ନୂଆ ପଜିଟିଭ୍‌ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୩ ହଜାର ୦୮୭ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଉ ୪୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଆଜି ପଜିଟିଭିଟି ରେଟ୍‌ ରହିଛି ୪.୧୭ ପ୍ରତିଶତ । ଯାହାକି ଗତକାଲି ଥିଲା ୪.୪୫ପ୍ରତିଶତ । ୨୪ ଘଣ୍ଟାରେ ୭୪ ହଜାର ଟେଷ୍ଟିଂ ହୋଇଥିଲା। ଟପ୍‌ ୫ ଜିଲ୍ଲାରେ ରହିଛି ଖୋର୍ଦ୍ଧା, କଟକ, ବାଲେଶ୍ୱର, ଯାଜପୁର ଓ ପୁରୀ ।

ଖୋର୍ଦ୍ଧାରୁ ସର୍ବାଧିକ ୫୮୪ ପଜିଟିଭ୍‌ ବାହାରିଛନ୍ତି । କଟକରୁ ୪୬୨, ବାଲେଶ୍ୱରରୁ ୨୪୬, ଯାଜପୁରରୁ ୨୦୫ ଓ ପୁରୀରୁ ୧୮୯ ରହିଛି ରୋନା କେସ୍‌ । କେବଳ ଏହି ୫ ଜିଲ୍ଲାାରୁ ୧୬ ଶହ ୮୬ ସଂକ୍ରମିତ ହୋଇଛନ୍ତି। ୨୨ ଜିଲ୍ଲାରେ ୧୦୦ ତଳେ ସଂକ୍ରମଣ । ଆକ୍ଟିଭ୍‌ କେସ୍‌ ରହିଛି ୩୧ ହଜାର ୨୩୧କୁ ହ୍ରାସ ପାଇଛି। ରାଜ୍ୟରେ ୨୧ ଜିଲ୍ଲା ଗ୍ରୀନ୍‌ ଜୋନରେ ରହିଛି। ୩ ଜିଲ୍ଲା ରେଡ୍‌ ଜୋନରେ ଥିବାବେଳେ ୟେଲୋ ଜୋନରେ ରହିଛି ୬ ଜିଲ୍ଲା। ମୟୂରଭଞ୍ଜରେ ସର୍ବାଧିକ ୮.୬ ପ୍ରତିଶତ ପଜିଟିଭିଟି ରେଟ୍‌ ରହିଛି। ହେଲେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଖୋର୍ଦ୍ଧାରେ କମୁଛି ସଂକ୍ରମଣ ହାର। ଗତକାଲି ୫.୫ ପ୍ରତିଶତ ସଂକ୍ରମଣ ଥିବାବେଳେ ଆଜି ୫.୧ ପ୍ରତିଶତକୁ ଖସିଛି।

Show More

Related Articles

Back to top button