Breaking PLUSଓଡ଼ିଶାମୁଖ୍ୟ ଖବର
ରାଜ୍ୟରେ କମୁଛି କରୋନା, ଗତ 24 ଘଣ୍ଟା ମଧ୍ୟରେ 251 ଜଣ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ
କରୋନା କବଳରୁ ଓଡ଼ିଶା ଧୀରେ ଧୀରେ ମୁକୁଳିବାରେ ଲାଗିଛି । ସକ୍ରିୟ ରୋଗୀଙ୍କ ସଂଖ୍ୟାରେ ଦ୍ରୁତ ହ୍ରାସ ଦେଖିବାକୁ ମିଳୁଛି । ସୁସ୍ଥ ଟ୍ରେଣ୍ଡ୍ ଉପରମୁହାଁ ହୋଇଚାଲିଛି ।

କରୋନା କବଳରୁ ଓଡ଼ିଶା ଧୀରେ ଧୀରେ ମୁକୁଳିବାରେ ଲାଗିଛି । ସକ୍ରିୟ ରୋଗୀଙ୍କ ସଂଖ୍ୟାରେ ଦ୍ରୁତ ହ୍ରାସ ଦେଖିବାକୁ ମିଳୁଛି । ସୁସ୍ଥ ଟ୍ରେଣ୍ଡ୍ ଉପରମୁହାଁ ହୋଇଚାଲିଛି । କିନ୍ତୁ ମୃତ୍ୟୁରେ ଲାଗିପାରୁ ବ୍ରେକ୍। ଅନ୍ୟ ପଟେ ୨୪ ଘଣ୍ଟା ରାଜ୍ୟରେ ୨୨ ଟି ଜିଲ୍ଲାରୁ ୨୫୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୪୮ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୧୦୩ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ୧୧୭ କୁ ବୃଦ୍ଧି କରିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।