Breaking PLUSଦେଶ ବିଦେଶମୁଖ୍ୟ ଖବର

ପୂର୍ବତନ କେନ୍ଦ୍ର ଗୃହ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ଦଳିତ ନେତା ସର୍ଦାର ବୁଟା ସିଂହଙ୍କର ଦେହାନ୍ତ

ପୂର୍ବତନ କେନ୍ଦ୍ର ଗୃହ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ଦଳିତ ନେତା ସର୍ଦାର ବୁଟା ସିଂହଙ୍କର ଶନିବାର ଦିନ ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା ।

ପୂର୍ବତନ କେନ୍ଦ୍ର ଗୃହ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ଦଳିତ ନେତା ସର୍ଦାର ବୁଟା ସିଂହଙ୍କର ଶନିବାର ଦିନ ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା ।

୧୯୩୪ ମସିହା ମାର୍ଚ୍ଚ ୨୧ ତାରିଖରେ ପଞ୍ଜାବ ଜଳନ୍ଧର ଜିଲ୍ଲାର ମୁସ୍ତଫାପୁର ଗାଁରେ ଜନ୍ମଗ୍ରହଣ କରିଥିଲେ ସର୍ଦାର ବୁଟା ସିଂହ । ସେ ୮ଥର ଲୋକସଭାକୁ ମନୋନୀତ ହୋଇଥିଲେ ।

କଂଗ୍ରେସର ବରିଷ୍ଠ ଦଳିତ ନେତା ସର୍ଦାର ବୁଟା ସିଂହଙ୍କୁ ଦଳିତଙ୍କ ସର୍ବେସର୍ବା କୁହାଯାଉଥିଲା । ନେହରୁ ଏବଂ ଗାନ୍ଧୀ ପରିବାରର ଅତି ଘନିଷ୍ଠ ଥିଲେ ସର୍ବାର ବୁଟା ସିଂହ । ତାଙ୍କ ରାଜନୈତିକ କ୍ୟାରିୟରରେ ସେ କେନ୍ଦ୍ର ଗୃହ ମନ୍ତ୍ରୀ, କୃଷି ମନ୍ତ୍ରୀ, ରେଳ ମନ୍ତ୍ରୀ ଏବଂ ଖେଳ ମନ୍ତ୍ରୀ ରହିଥିଲେ । ଏହାସହ ସେ ବିହାରର ରାଜ୍ୟପାଳ ଏବଂ ଜାତୀୟ ଅନୁସୂଚୀତ ଜାତି ଆୟୋଗର ଅଧ୍ୟକ୍ଷ ଭାବେ ମହତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ନିର୍ବାହ କରିଥିଲେ ।

Show More

Related Articles

Back to top button