Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧ହଜାର ୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାରେ କେବେ ବଢୁଛି ଓ କେବେ ଖସୁଛି କରୋନା ସଂକ୍ରମଣ । ଗତକାଲି ଅପେକ୍ଷା ଆଜି ରାଜ୍ୟରେ କମିଛି ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ ଚିହ୍ନଟ ହୋଇଛନ୍ତି ୧୧ହଜାର ୫୯ ନୂଆ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ୧୨ ହଜାର ଉପରେ ରହିଥିଲା । ଆଜି କଟକରେ ବଢ଼ିଛି ସଂକ୍ରମଣ । ସର୍ବାଧିକ ୧୧ଶହ ୩୩ ପଜିଟିଭ୍ ବାହାରିଛନ୍ତି । ଗତକାଲି ସଂକ୍ରମିତଙ୍କ ସଂଖ୍ୟା ଥିଲା ୧୦୭୩ ।

ଖୋର୍ଦ୍ଧାରେ କମିଛି । ଖୋର୍ଦ୍ଧାରୁ ଆଜି ୧୦୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ଏହି ସଂଖ୍ୟା ଥିଲା ୧୯୦୯ । ଅର୍ଥାତ ଦିନକରେ ୮୯୯ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୋଳରୁ ୮୫୯, ସୁନ୍ଦରଗଡ଼ରୁ ୭୨୯, ମୟୂରଭଞ୍ଜରୁ ୬୬୨ ଓ ଯାଜପୁରରୁ ଚିହ୍ନଟ ହୋଇଛନ୍ତି ୫୬୪ ପଜିଟିଭ୍ ।

ନୂଆପଡ଼ା, ଗଜପତି ଓ ମାଲକାନଗିରି ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କ ଭିତରେ ରହିଛି । ବାକି ସବୁ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ତିନି ଅଙ୍କ ଉପରେ ରହିଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୭ଲକ୍ଷ ୩ହଜାର ୪୪୧କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୫ଲକ୍ଷ ୮୯ହଜାର ୬୧୦ । ଏବେ ରାଜ୍ୟରେ ୧ଲକ୍ଷ ୧୧ହଜାର ୨୬୨ଟି ଆକ୍ଟିଭ୍ କେସ୍ ରହିଛି ।

Show More

Related Articles

Back to top button