Breaking PLUSଓଡ଼ିଶାମୁଖ୍ୟ ଖବର

କବିବର ରାଧାନାଥ ରାୟଙ୍କ ଜୟନ୍ତୀ

ଭୁବନେଶ୍ୱର- ଆଜି ହେଉଛି କବିବର ରାଧାନାଥ ରାୟଙ୍କ ଜୟନ୍ତୀ । ଏହି ଅବସରରେ ତାଙ୍କର ସ୍ମୃତିଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ସେ ଲେଖିଛନ୍ତି ଯେ, ଓଡ଼ିଆ ଆଧୁନିକ ସାହିତ୍ୟର ଯୁଗସ୍ରଷ୍ଟା କବିବର ରାଧାନାଥ ରାୟଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି। ‘ଚିଲିକା’ , ‘ନନ୍ଦିକେଶ୍ୱରୀ’ ଏବଂ ‘ଚନ୍ଦ୍ରଭାଗା’ ଭଳି ତାଙ୍କ ସୃଜନସୃଷ୍ଟିରେ ଓଡ଼ିଆ ସାହିତ୍ୟ ରୁଦ୍ଧିମନ୍ତ। ଓଡ଼ିଆ ଭାଷା, ସାହିତ୍ୟର ଗରିମା ବୃଦ୍ଧି ସହ ନିଜର ଅନନ୍ୟ ରଚନା ଶୈଳୀ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ।

କବିବର ରାଧାନାଥ ରାୟଙ୍କ ସ୍ମରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ ସେ ଲେଖିଛନ୍ତି ଯେ, ଓଡ଼ିଆ ସାହିତ୍ୟରେ ନବଯୁଗର ପ୍ରବର୍ତ୍ତକ ‘କବିବର’ ରାଧାନାଥ ରାୟଙ୍କ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି ।

Show More

Related Articles

Back to top button