Breaking PLUSଓଡ଼ିଶାମୁଖ୍ୟ ଖବର

ମହାମାରୀ କରୋନା କାଳରେ ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ନାମ ଲେଖା ପ୍ରକ୍ରିୟା

ଆଜିଠାରୁ ଯୁକ୍ତ ୨ ବିଜ୍ଞାନ, ବାଣିଜ, କଳା, ଧନ୍ଦାମୂଳକ ଓ ସଂସ୍କୃତ ବିଷୟରେ ନାମ ଲେଖା ଆରମ୍ଭ ହେଉଛି । ଏଥି ପାଇଁ ଶିକ୍ଷା ବିଭାଗ ଓ ଜୁନିୟର କଲେଜଗୁଡ଼ିକର କର୍ତ୍ତୃପକ୍ଷ ପ୍ରସ୍ତୁତି ଶେଷ କରିଛି ।

ଆଜିଠାରୁ ଯୁକ୍ତ ୨ ବିଜ୍ଞାନ, ବାଣିଜ, କଳା, ଧନ୍ଦାମୂଳକ ଓ ସଂସ୍କୃତ ବିଷୟରେ ନାମ ଲେଖା ଆରମ୍ଭ ହେଉଛି । ଏଥି ପାଇଁ ଶିକ୍ଷା ବିଭାଗ ଓ ଜୁନିୟର କଲେଜଗୁଡ଼ିକର କର୍ତ୍ତୃପକ୍ଷ ପ୍ରସ୍ତୁତି ଶେଷ କରିଛି । ପ୍ରଥମ କଟଅଫ ମାର୍କ ଅନୁସାରେ ପ୍ରଥମ ଦଫାରେ ଯୁକ୍ତ ୨ ନାମ ଲେଖା ଆସନ୍ତା ୨୬ ତାରିଖ ଯାଏଁ ଜାରି ରହିବ । ନାମ ଲେଖା ସକାଳ ୯ଟାରୁ ୫ଟା ଯାଏଁ ଚାଲିବ । କିନ୍ତୁ ମଧ୍ୟବର୍ତ୍ତୀ ସମୟରେ ଦିନ ୧ଟାରୁ ସାଢ଼େ ୧ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ବିରତି ରହିବ । ଅକ୍ଟୋବର ୩ ତାରିଖରେ ଦ୍ୱିତୀୟ କଟଅଫ ମାର୍କ ଆସିବ ।

ସୂଚନା ଅନୁସାରେ ପ୍ରଥମ ଦଫାରେ ମୋଟ ୩ ଲକ୍ଷ ୪୭ ହଜାର ୬୨୬ ଜଣ ଛାତ୍ରଛାତ୍ରୀ ଚୟନିତ ହୋଇଛନ୍ତି । ଏଥିରେ କଳା ବିଷୟରେ ୨ ଲକ୍ଷ ୨୩ ହଜାର ୫୭୫ ଜଣ, ବିଜ୍ଞାନରେ ୮୪ ହଜାର ୭୮୯ ଜଣ, ବାଣିଜ୍ୟରେ ୨୫ ହଜାର ୬୨ ଜଣ, ଧନ୍ଦାମୂଳକରେ ୫ ହଜାର ୭୬୨ ଜଣ ଓ ସଂସ୍କୃତରେ ୮ ହଜାର ୪୩୮ ଜଣ ସାମିଲ ଅଛନ୍ତି ।

ତେବେ ଯୁକ୍ତ ୨ ନାମଲେଖା ହେବା ପୂର୍ବରୁ ମହାବିଦ୍ୟାଳୟ ଗୁଡ଼ିକ ତରଫରୁ କରୋନା କଟକଣା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାର କୋଭିଡ-୧୯ ଗାଇଡଲାଇନ ପାଳନ କରିବାକୁ ମହାବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରଖିବାକୁ ପରାମର୍ଶ ଦିଆଯାଇଥିବା ବେଳେ କଲେଜ କ୍ୟାମ୍ପସର ପ୍ରବେଶ ଦ୍ୱାରରେ ପାଣି, ସାନିଟାଇଜର, ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା କରାଯାଇଛି ।

Show More

Related Articles

Back to top button