Breaking PLUSଓଡ଼ିଶାମୁଖ୍ୟ ଖବର

କରୋନା ସଂକ୍ରମଣ ବୃଦ୍ଧି ହେତୁ ଆସନ୍ତା ଦୁଇ ଦିନ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ

ମହାମାରୀ କରୋନା ପାଇଁ ଆସନ୍ତା ଦୁଇ ଦିନ ବନ୍ଦ ରହିବ ଓଡିଶା ହାଇକୋର୍ଟ । ଆଜି ଏବଂ ଆସନ୍ତାକାଲି ୨ ଦିନ ପାଇଁ ବନ୍ଦ ରହିବ ହାଇକୋର୍ଟ । କିଛି ବିଭାଗରେ କରୋନା ସଂକ୍ରମଣ ବୃଦ୍ଧି ହେତୁ ଆଜି ଓ ଆସନ୍ତାକାଲି କୋର୍ଟକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରେଜିଷ୍ଟ୍ରାର ଜେନେରାଲ

ମହାମାରୀ କରୋନା ପାଇଁ ଆସନ୍ତା ଦୁଇ ଦିନ ବନ୍ଦ ରହିବ ଓଡିଶା ହାଇକୋର୍ଟ । ଆଜି ଏବଂ ଆସନ୍ତାକାଲି ୨ ଦିନ ପାଇଁ ବନ୍ଦ ରହିବ ହାଇକୋର୍ଟ । କିଛି ବିଭାଗରେ କରୋନା ସଂକ୍ରମଣ ବୃଦ୍ଧି ହେତୁ ଆଜି ଓ ଆସନ୍ତାକାଲି କୋର୍ଟକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରେଜିଷ୍ଟ୍ରାର ଜେନେରାଲ । ଏହି ଦୁଇ ଦିନ ହାଇକୋର୍ଟ ସହ ଏହାର କାର୍ଯ୍ୟକାଳ ମଧ୍ୟ ବନ୍ଦ ରହିବ । ଏହି ସମୟରେ ହାଇକୋର୍ଟର ସମ୍ପୂର୍ଣ୍ଣ ପରିସରକୁ ସାନିଟାଇଜ କରାଯିବ । ତେବେ ୨୧ ତାରିଖ ପାଇଁ ପ୍ରକାଶିତ ଜଜ୍ ଲିଷ୍ଟରେ ତାଲିକାଭୁକ୍ତ ମାମଲାଗୁଡିକ ୨୩ ତାରିଖରେ ଶୁଣାଣି ହେବ । ୨୨, ୨୩, ୨୪, ୨୫ ତାରିଖ ପାଇଁ ପ୍ରକାଶିତ ରିଜର୍ଭ ଲିଷ୍ଟର ଜାମିନ ଆବେନଗୁଡ଼ିକ ଯଥାକ୍ରମେ ୨୪, ୨୫, ୧୮ ଓ ୨୯ରେ ଶୁଣାଣି କରାଯିବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହାଇକୋର୍ଟରେ ଭିଡ଼ିଓ କନ୍‌ଫେରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ ମାମଲା ଗୁଡ଼ିକର ଶୁଣାଣି କରାଯାଉଛି ।

Show More

Related Articles

Back to top button