Breaking PLUSଦେଶ ବିଦେଶମୁଖ୍ୟ ଖବର

ଭାରତ-ଚୀନ ବିବାଦ ମଧ୍ୟରେ ଆଜି ଅନୁଷ୍ଠିତ ହେବାକୁ ଯାଉଛି ଷଷ୍ଠ କୋର କମାଣ୍ଡର ସ୍ତରୀୟ ବୈଠକ

ବାସ୍ତବିକ ନିୟନ୍ତ୍ରଣ ରେଖାରେ ଦେଖାଯାଇଥିବା ଉତ୍ତେଜନା ମଧ୍ୟରେ ଭାରତ-ଚୀନ କୋର କମାଣ୍ଡର ସ୍ତରୀୟ ଆଲୋଚନା ହେବ । ୬ଷ୍ଠ ଥର ପାଇଁ ଆଜି ଏହି ଆଲୋଚନା ହେବାକୁ ଯାଉଛି । ପୂର୍ବ ଲଦ୍ଦାଖରେ ବାସ୍ତବିକ ନିୟନ୍ତଣ ରେଖାର ଚୀନ ଭୂଭାଗ ମୋଲଦାରେ ସକାଳ ୯ଟାରୁ ଏହି ଆଲୋଚନା ଆରମ୍ଭ ହେବ । 

ଭାରତ-ଚୀନ ମଧ୍ୟରେ କୋର କମାଣ୍ଡର ଆଲୋଚନାରେ ପ୍ରଥମ ଥର ବିଦେଶ ମନ୍ତ୍ରାଳୟର ଜଣେ ଅଧିକାରୀ ଭାରତୀୟ ପ୍ରତିନିଧି ମଣ୍ଡଳରେ ସାମିଲ ରହିବେ । ଭାରତ-ଚୀନ ମଧ୍ୟରେ ହେବାକୁ ଥିବା କମାଣ୍ଡର ସ୍ତରୀୟ ଆଲୋଚନାରେ ଅଧିକରୁ ଅଧିକ ସୁଫଳ ମିଳିବା ନେଇ ଆଶଙ୍କା କରାଯାଉଛି । ଏଥିଲାଗି ଭାରତ ସରକାର ଏହି ରଣନୀତି କରିଛନ୍ତି । ସୂଚନାଯୋଗ୍ୟ ଗତ ଅଗଷ୍ଟ ୨ ତାରିଖ ପରେ ବରିଷ୍ଠ କମାଣ୍ଡର ଲେଫନାଣ୍ଟ ଜେନେରାଲ ହରିନ୍ଦର ସିଂହ ଓ ତାଙ୍କର ଚୀନ ସମକକ୍ଷ ମେଜର ଜେନେରାଲ ଲିୟୁ ଲିନଙ୍କ ପ୍ରଥମ ବୈଠକ ଅନୁଷ୍ଠିତ ହେବ ।

ଏହି ଆଲୋଚନାରେ ଚୀନ ତରଫରୁ ମଧ୍ୟ ତାଙ୍କର କୁଟନୀତିତଜ୍ଞ ଉପସ୍ଥିତ ରହିବା ନେଇ ଆଶା କରାଯାଉଛି । କମାଣ୍ଡର ସ୍ତରୀୟ ଆଲୋଚନାରେ କୁଟନୀତି ଓ ଆର୍ମି ହେଡକ୍ୱାର୍ଟସର ବରିଷ୍ଠ ଅଧିକାରୀ ରହିବା ଲାଭ କଥା ଯଦି ଚିନ୍ତା କରିବା, ମସ୍କୋରେ ୨ ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ୫ ବିନ୍ଦୁ ଉପରେ ସହମତିକୁ ତୃଣମୂଳ ସ୍ତରରେ ଲାଗି କରିବାକୁ ଉଦ୍ୟମ କରାଯାଉଛି । ସଂଯୁକ୍ତ ସଚିବ ନବୀନ ଶ୍ରୀବାସ୍ତବ ଡବ୍ଲ୍ୟୁଏମସିସି ବୈଠକର ନେତୃତ୍ୱ ନେଉଛନ୍ତି ।

Show More

Related Articles

Back to top button