Breaking PLUSଓଡ଼ିଶାଖେଳମୁଖ୍ୟ ଖବର

ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇପାରିଲାନି ଓଡ଼ିଶା

ବିଜୟ ହଜାରେ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ନିରାଶ

ଚଳିତ ବିଜୟ ହଜାରେ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟର ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇପାରିଲାନି ଓଡ଼ିଶା । ମଙ୍ଗଳବାର ଏଲିଟ ଗ୍ରୁପ ଏ ମୁକାବିଲାରେ ଓଡିଶା ୬୩ ରନରେ ହିମାଚଳପ୍ରଦେଶଠାରୁ ହାରିଯାଇଛି । ହିମାଚଳ ପ୍ରଦେଶ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୫ ୱିକେଟ ବିନିମୟରେ ୩୬୦ ରନ କରିଥିଲା ।

ଏସ.ଆରୋରା (୬୯), ପି.ଚୋପ୍ରା(୬୪) ଓ ଏନ.ଗାଙ୍ଗଟା ୮୧ ରନର ଇନିଂସ ଖେଳିଥିଲେ । ଜୟନ୍ତ ବେହେରା ୨ଟି ୱିକେଟ ଅକ୍ତିଆର କରିଥିଲେ । ଜବାବରେ ଓଡିଶା ୪୫.୧ ଓଭରରେ ୨୯୭ ରନ କରିବାକୁ ସକ୍ଷମ ହୋଇଥିଲା । ସନ୍ଦୀପ ପଟ୍ଟନାୟକ ୬୧ ଏବଂ ଅଧିନାୟକ ଅନୁରାଗ ଷଡଙ୍ଗୀ ୬୬ ରନର ଇନିଂସ ଖେଳିଥିଲେ ମଧ୍ୟ ତାହା ଦଳର ବିଜୟ ପାଇଁ ଯଥେଷ୍ଟ ହୋଇ ନ ଥିଲା ।

ଗ୍ରୁପ ଏରେ ୪ଟି ଟିମ ସମାନ ୧୨ ପଂଏଟ ହାସଲ କରିଥିଲେ । ନେଟ ରନରେଟରେ ଓଡିଶା(-୦.୨୦୦) ପଛରେ ରହି ଯାଇଥିଲା । ହିମାଚଳ ପ୍ରଦେଶ(୦.୫୫୧) ଓ ବିଦର୍ଭ (୦.୨୧୦) କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଥିଲେ । କ୍ରମାଗତ ୩ଟି ବିଜୟ ହାସଲ କରି ଜବରଦସ୍ତ ପ୍ରଦର୍ଶନ କରିଥିବା ଓଡିଶାକୁ ଶେଷରେ ନିରାଶ ହେବାକୁ ପଡିଛି ।

Show More

Related Articles

Back to top button