Breaking PLUSଆଇନ କାନୁନଓଡ଼ିଶାମୁଖ୍ୟ ଖବର

କଟକଣା କଡାକଡି କଲା କମିଶନରେଟ୍ ପୋଲିସ

ରାତି ୧୦ଟା ପରେ ଡିଜେ, ସାଉଣ୍ଡ ଏବଂ ବାଣ ଫୁଟାଇବା ମନା

କଟକଣା କଡାକଡି କଲା କମିଶନରେଟ୍ ପୋଲିସ । ରାତି ୧୦ଟା ପରେ ବିବାହ ପ୍ରସେସନରେ ଡିଜେ ସାଉଣ୍ଡ ଓ ବାଣ ଫୁଟାଇବା ମନା । ପୂର୍ବରୁ ଏହି ନିୟମ ବଳବତ୍ତର ରହିଥିଲେ ବି ଏହି ନିୟମକୁ ରାଜଧାନୀବାସୀ ଫୁ କରିଦେଉଛନ୍ତି । ଏବେ ନିୟମ ଉଲଂଘନ କଲେ ଏଣିକି କଡା କାର୍ଯ୍ୟାନୁଷ୍ଠାନ ।

ରାତି ୧୦ଟା ପରେ ଡିଜେ ସାଉଣ୍ଡ ଅବାଦ୍ଧରେ ବଜାଯାଉଛି । ରାସ୍ତାଘାଟରେ ମଧ୍ୟ ବାଣ ଫୁଟାଯାଉଛି । ଏ ନେଇ ବାରମ୍ବାର ଅଭିଯୋଗ ଆସିଲା ପରେ ଆକ୍ସନ୍ ମୋଡ୍‌କୁ ଆସିଛି କମିଶନରେଟ୍ ପୋଲିସ ।

ଯଦି କୌଣସି ସ୍ଥାନରେ କଟକଣା ଉଲଂଘନ ହେଉଥିବାର ନଜରକୁ ଆସେ ତେବେ ତୁରନ୍ତ ଜଣାଇବାକୁ କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି । ଡିସିପି କାର୍ଯ୍ୟାଳୟର ଲ୍ୟାଣ୍ଡଲାଇନ ନମ୍ବର କିମ୍ବା ୧୧୨କୁ କଲ୍ କରି ଜଣାଇବାକୁ  କହିଛନ୍ତି ଭୁବନେଶ୍ବର ଡିସିପି । କମିଶନରେଟ୍ ପୋଲିସ ପକ୍ଷରୁ ଜାରି ହୋଇଥିବା ନମ୍ବରଟି ହେଉଛି ୦୬୭୪ ୨୫୪୦୨୯୪ ।

ବରିଷ୍ଠ ନାଗରିକ, ପ୍ରସୂତୀ ମହିଳା, ଛୋଟ ପିଲାଙ୍କୁ ଦୃଷ୍ଟିରେ ରଖି ଏହିଭଳି କଟକଣା ଜାରି କରାଯାଇଥିବା ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି ।

Show More

Related Articles

Back to top button