Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

କରୋନା ମୁକାବିଲା ପାଇଁ ଓଡିଶାକୁ ବର୍ତ୍ତମାନ ସୁଦ୍ଧା ୮୦୨ କୋଟି ଟଙ୍କା ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର

ରାଜ୍ୟରେ କରୋନା ସ୍ଥିତି ଅଣାୟତ୍ତ ରହିଥିବାବେଳେ ଓଡ଼ିଶାରେ କରୋନା ମହାମାରୀର ମୁକାବିଲା ଆରମ୍ଭ ହୋଇଯାଇଛି । ତେବେ କୋଭିଡ ପରିଚାଳନା ପାଇଁ ଓଡ଼ିଶାକୁ ୮୦୨ କୋଟି ଟଙ୍କା ମିଳିଛି ବୋଲି ଲୋକସଭାରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏନେଇ ଲିଖିତ ଉତ୍ତର ଦେଇଛନ୍ତି

ରାଜ୍ୟରେ କରୋନା ସ୍ଥିତି ଅଣାୟତ୍ତ ରହିଥିବାବେଳେ ଓଡ଼ିଶାରେ କରୋନା ମହାମାରୀର ମୁକାବିଲା ଆରମ୍ଭ ହୋଇଯାଇଛି । ତେବେ କୋଭିଡ ପରିଚାଳନା ପାଇଁ ଓଡ଼ିଶାକୁ ୮୦୨ କୋଟି ଟଙ୍କା ମିଳିଛି ବୋଲି ଲୋକସଭାରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏନେଇ ଲିଖିତ ଉତ୍ତର ଦେଇଛନ୍ତି ।  ଏସଡିଆରଏଫ ପାଣ୍ଠିରୁ ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଟଙ୍କା ପ୍ରଦାନ କରାଯାଇଛି । ଏହି ଅବସରରେ ଶ୍ରୀ ଠାକୁର ଅଗଷ୍ଟ ୩୧ ତାରିଖ ସୁଦ୍ଧା ଦିଆଯାଇଥିବା ଅନୁଦାନର ତଥ୍ୟ ଦେଇଛନ୍ତି ।

ତଥ୍ୟାନୁଯାୟୀ ଓଡ଼ିଶାକୁ ୮୦୨ କୋଟି ଟଙ୍କା ପ୍ରଦାନ କରାଯାଇଥିବାବେଳେ ମହାରାଷ୍ଟ୍ରକୁ ସର୍ବାଧିକ ୧୬୧୧ କୋଟି ଅନୁଦାନ ମିଳିଛି । ମହାରାଷ୍ଟ୍ର, ୟୁପି ଓ ମଧ୍ୟପ୍ରଦେଶ ପରେ ଓଡ଼ିଶାକୁ ଚତୁର୍ଥ ସର୍ବାଧିକ ଅନୁଦାନ ପ୍ରଦାନ କରାଯାଇଛି । ଉତ୍ତରପ୍ରଦେଶକୁ ୯୬୬କୋଟି ଟଙ୍କା ମିଳିଥିବାବେଳେ ମଧ୍ୟପ୍ରଦେଶକୁ ୯୧୦ କୋଟି ମିଳିଛି । ସେହିପରି କର୍ଣ୍ଣାଟକ ୭୯୧, ରାଜସ୍ଥାନ ୭୪୦ ଓ ବିହାରକୁ ୭୦୮ କୋଟି ଟଙ୍କା ପ୍ରଦାନ କରାଯାଇଥିବା ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ସୂଚନାରୁ ଦେଇଛନ୍ତି ।

Show More

Related Articles

Back to top button