Breaking PLUSଓଡ଼ିଶାମୁଖ୍ୟ ଖବର

ଚାରି ଫୁଟରୁ ଅଧିକ ଉଚ୍ଚରେ ନିର୍ମାଣ ହୋଇପାରିବ ନାହିଁ ମୃଣ୍ମୟୀ ମୂର୍ତ୍ତୀ, ରାଜ୍ୟ ସରକାର ଜାରି କଲେ ପାର୍ବଣ ଗାଇଡଲାଇନ୍

କଟକଣାଯୁକ୍ତ ହେବ ଚଳିତବର୍ଷର ପାର୍ବଣ। ପାର୍ବଣ ପୂର୍ବରୁ ରାଜ୍ୟସରକାର ଜାରିକଲେ ଗାଇଡଲାଇନ। ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବରର ପର୍ବପର୍ବାଣୀ ପାଇଁ ଗାଇଡଲାଇନ୍‌ ଜାରି ହୋଇଛି

କଟକଣାଯୁକ୍ତ ହେବ ଚଳିତବର୍ଷର ପାର୍ବଣ। ପାର୍ବଣ ପୂର୍ବରୁ ରାଜ୍ୟସରକାର ଜାରିକଲେ ଗାଇଡଲାଇନ। ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବରର ପର୍ବପର୍ବାଣୀ ପାଇଁ ଗାଇଡଲାଇନ୍‌ ଜାରି ହୋଇଛି । ଏହି ସମସ୍ତ ପୂଜା ପାଇଁ ଜିଲ୍ଲାମାନଙ୍କର ଜିଲ୍ଲାପାଳ, ଟ୍ବିନିସିଟିରେ ପୋଲିସ୍‌ କମିଶନରଙ୍କ ଅନୁମତି ଆବଶ୍ୟକ ବୋଲି ଏହି ଗାଇଡଲାଇନ୍‌ରେ ସୂଚନା ରହିଛି । କେବଳ ପରମ୍ପରା ବଜାୟ ରଖିବା ପାଇଁ ପୂଜା କରାଯିବ ।

ଚଳିତ ପୂଜାରେ ସାଧାରଣ ଲୋକ ଭାଗନେଇ ପାରିବେନି, ଗହଳି ହୋଇପାରିବନି ବୋଲି ଏହି ଗାଇଡଲାଇନ୍‌ରେ ସୂଚନା ଦିଆଯାଇଛି । ସେହିପରି ପୂଜା ମଣ୍ଡପ ତିନି ପାର୍ଶ୍ବରୁ ସମ୍ପୂର୍ଣ୍ଣ ବନ୍ଦ ରହିବ ଚତୁର୍ଥ ପାର୍ଶ୍ବ ଆଂଶିକ ବନ୍ଦ ରହିବ । ସାଧାରଣ ଲୋକ ଯେମିତି ପ୍ରତିମା ଦେଖି ପାରିବେନି ସେପରି ଭାବରେ ବନ୍ଦ ରହିବ । ପୂଜା ମଣ୍ଡପରେ ସର୍ବସାଧାରଣ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିବ । ସେହିପରି ମଣ୍ଡପରେ ମୂର୍ତ୍ତିଗୁଡିକର ଉଚ୍ଚତା 4 ଫୁଟରୁ କମ୍‌ ରହିବ । ସେହିପରି ମଣ୍ଡପରେ କର୍ତ୍ତା ଏବଂ ବ୍ରାହ୍ମଣଙ୍କୁ ମିଶାଇ 7ଜଣରୁ ଅଧିକ ରହିବେନି ବୋଲି ଗାଇଡଲାଇନରେ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ମଣ୍ଡପରେ ଉପସ୍ଥିତ ସମେସ୍ତ ସାମାଜିକ ଦୂରତ୍ବ ନିୟମକୁ ମାନିବା ସହ, ମାସ୍କ ପିନ୍ଧିବା ଓ କରୋନା ନିୟମକୁ ମାନିବାକୁ ବାଧ୍ୟ କରାଯାଇଛି । ଚଳିତ ଥର ଭସାଣ ଉତ୍ସବ ହେବନି, କୃତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ । ଚଳିତ ପୂଜାରେ କୌଣସି ପ୍ରକାରର ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟ କରାଯିବ ନାହିଁ । ସେହିପରି ରାଜ୍ୟ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଏହି ଗାଇଡଲାଇନ୍ସ ଭଙ୍ଗ କଲେ ବିପର୍ଯ୍ୟୟ ଆଇନ ଅନୁସାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Show More

Related Articles

Back to top button