Breaking PLUSଓଡ଼ିଶାମୁଖ୍ୟ ଖବର

ଆସନ୍ତା ୨୯ରୁ ଆରମ୍ଭ ହେବ ଉତ୍କଳ ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ପରୀକ୍ଷା

ଆସନ୍ତା ୨୯ରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ ସମସ୍ତ ଡିଗ୍ରୀ କଲେଜଗୁଡିକର ଯୁକ୍ତ ୩ ପରୀକ୍ଷା ଆରମ୍ଭ ହେବ । ୨୦୧୭ ରେଗୁଲାର୍‌ ଓ ୨୦୧୬ ବ୍ୟାକ୍‌ରେ ଯୁକ୍ତ ତିନି କଳା, ବିଜ୍ଞାନ ଓ ବାଣିଜ୍ୟର ଉଭୟ ପାସ୍‌ ଓ ସମ୍ମାନରେ ନାମ ଲେଖିଥିବା ଛାତ୍ରଛାତ୍ରୀ ପରୀକ୍ଷା ଦେବେ

ଆସନ୍ତା ୨୯ରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ ସମସ୍ତ ଡିଗ୍ରୀ କଲେଜଗୁଡିକର ଯୁକ୍ତ ୩ ପରୀକ୍ଷା ଆରମ୍ଭ ହେବ । ୨୦୧୭ ରେଗୁଲାର୍‌ ଓ ୨୦୧୬ ବ୍ୟାକ୍‌ରେ ଯୁକ୍ତ ତିନି କଳା, ବିଜ୍ଞାନ ଓ ବାଣିଜ୍ୟର ଉଭୟ ପାସ୍‌ ଓ ସମ୍ମାନରେ ନାମ ଲେଖିଥିବା ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏହା ଅକ୍ଟୋବର ୩ ତାରିଖରେ ସରିବ ବୋଲି ପରୀକ୍ଷା ନିୟନ୍ତ୍ରକ ଡ. ଶରତ ଚନ୍ଦ୍ର ମାଝି ସୂଚନା ଦେଇଛନ୍ତି । ଓଏମଆର୍‌ ସିଟ୍‌ରେ ଲିଖିତ ପରୀକ୍ଷା ହେବ । ଅବଜେକ୍ଟିଭ୍‌ ପ୍ରଶ୍ନ ପଡିବ । ମାତ୍ର ୪ଟି ବିକଳ୍ପ ଦିଆଯିବ । ପ୍ରତ୍ୟେକ ପ୍ରଶ୍ନ ୨ମାର୍କ ବିଶିଷ୍ଟ ହେବ । ଭୁଲ ଉତ୍ତର ପାଇଁ କୌଣସି ନେଗେଟିଭ୍‌ ମାର୍କିଂ ନାହିଁ । ପ୍ରାକ୍ଟିକାଲ୍‌ ପରୀକ୍ଷା କଲେଜଗୁଡିକ ଆସନ୍ତା ୨୨ରୁ ୨୬ ତାରିଖ ମଧ୍ୟରେ ଅନଲାଇନ୍‌ରେ କରିବେ । ୨୭ ତାରିଖ ସୁଦ୍ଧା ଉତ୍କଳ ବିଶ୍ୱବିଦ୍ୟାଳୟ ୱେବସାଇଟ୍‌ରେ ମାର୍କ ଅପଲୋଡ୍‌ କରିବେ । ଯଦି କୌଣସି ଛାତ୍ର କିମ୍ବା ଛାତ୍ରୀଙ୍କ ଅନଲାଇନ୍‌ ସୁବିଧା ନଥିବ, ସେମାନେ କଲେଜକୁ ଆସି ପ୍ରାକ୍ଟିକାଲ୍‌ ପରୀକ୍ଷା ଦେଇପାରିବେ । ପ୍ରାକ୍ଟିକାଲ୍‌ ପରୀକ୍ଷା କଲେଜର ଇଣ୍ଟରନାଲ୍‌ ପରୀକ୍ଷକମାନେ କରିବେ । ଯେଉଁ କଲେଜଗୁଡିକ ଏ ପର୍ଯ୍ୟନ୍ତ ଇଣ୍ଟରନାଲ୍‌ ପରୀକ୍ଷା କରିନାହାନ୍ତି, ସେମାନେ ଆସନ୍ତା ୨୦ ତାରିଖ ସୁଦ୍ଧା ଅନଲାଇନ୍‌ରେ କରି ମାର୍କ ଅପଲୋଡ୍‌ କରିବାକୁ ପରୀକ୍ଷା ନିୟନ୍ତ୍ରକ ନିର୍ଦ୍ଦେଶ ଦେଇଛନ୍ତି ।

Show More

Related Articles

Back to top button