Breaking PLUSଓଡ଼ିଶା

ଆଜି ପବିତ୍ର ବଡ଼ଓଷା

ବାବା ଧବଳେଶ୍ୱରଙ୍କ ପୀଠରେ ଜାରି ହୋଇଛି ୧୪୪ ଧାରା

ଆଜି ପବିତ୍ର କାର୍ତ୍ତିକ ମାସ ପଞ୍ଚକର ତୃତୀୟ ଦିନ । ଆଜି ହେଉଛି ଏହି ମାସର ମହାପର୍ବ ବଡ଼ଓଷା । ଚାରିଆଡେ ଭକ୍ତିର ପରିବେଶ । ଘରେ ଘରେ ମୁରୁଜ ପକାଇବା ସହିତ, ହବିଷ ରାନ୍ଧି ଖାଉଛିନ୍ତ ଶ୍ରଦ୍ଧାଳୁ । ହେଲେ ଆଜି ଭକ୍ତଙ୍କୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବାକୁ ବାରଣ କରାଯାଇଛି । ଧବଳେଶ୍ୱର ପୀଠରେ ଜାରି ହୋଇଛି ୧୪୪ ଧାରା । ଏବର୍ଷ କରୋନା କଟକଣା ଯୋଗୁଁ ମନ୍ଦିର ଦର୍ଶନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ବଡ଼ଓଷାରେ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ଶୈବପୀଠକୁ ଯିବାକୁ ବାରଣ କରାଯାଇଛି । ତେବେ ରାଜ୍ୟରେ କରୋନା ସଂକ୍ରମଣକୁ ବୃଦ୍ଧି ନକରିବାକୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।

ଆଜି ବଡ଼ଓଷା ହୋଇଥିବାରୁ ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବାଳେଶ୍ୱର । ଭୋରରୁ ସମସ୍ତ ନୀତିକାନ୍ତି ସହ ୧୦୮ ଗରା ଜଳରେ ବାବାଙ୍କୁ ସ୍ନାନ କରାଯାଇଥିଲା । ପରେ ମଙ୍ଗଳ ଆଳତି କରିବା ପରେ ପହଡ ଖୋଲାଯାଇଥିଲା । ପ୍ରଶାସନ ପକ୍ଷରୁ କୋଭିଡ କଟକଣା ପାଇଁ ପୀଠରେ ଜାରି ହୋଇଛି ୧୪୪ ଧାରା । ଏଥିପାଇଁ ବିନା ଭକ୍ତରେ ପାଳନ ହେଉଛି ବଡଓଷା । ଆଜି ପୂଜକଙ୍କ ପରିବାର ପକ୍ଷରୁ ଗଜଭୋଗ ପ୍ରସ୍ତୁତି କରାଯାଇ ମଧ୍ୟରାତ୍ରିର ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ଧବଳେଶ୍ୱରଙ୍କ ପାଖରେ ଲାଗି କରାଯିବ ପ୍ରସିଦ୍ଧ ଗଜଭୋଗ । ଏହି ଗଜଭୋଗ ପାଇଁ ପୂଜକଙ୍କ ପରିବାର ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

Show More

Related Articles

Back to top button