Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟର ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରା ସ୍ଵାଭାବିକ୍ ଠାରୁ ୨ ରୁ ୪ ଡ଼ିଗ୍ରୀ ଯାଏଁ ଅଧିକ ରେକର୍ଡ

ଆଗାମୀ ୩ ଦିନ ପର୍ଯ୍ୟନ୍ତ ରହିବ କୁହୁଡ଼ିର ପ୍ରଭାବ

ଭୁବନେଶ୍ଵର, ୩୦ ଡିସେମ୍ବର – ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରା ସ୍ଵାଭାବିକ୍ ଠାରୁ ୨ ରୁ ୪ ଡ଼ିଗ୍ରୀ ଯାଏଁ ଅଧିକ ରେକର୍ଡ ହୋଇଛି । ବାୟୁମଣ୍ଡଳରେ ଜଳୀୟବାଷ୍ପର ମାତ୍ରା ବୃଦ୍ଧି ତଥା ବାୟୁ ଚଳାଚଳରେ ନିଷ୍କ୍ରିୟତା ତଥା ନିର୍ମଳ ଆକାଶ ହେତୁ କୁହୁଡ଼ି ପ୍ରଭାବ ବୃଦ୍ଧି ପାଇଛି ଏବଂ ରାଜ୍ୟରେ ଶୀତର ପ୍ରକୋପ ହ୍ରାସ ପାଇଛି । ଫଳରେ ଆଗାମୀ ୩ ଦିନ ପର୍ଯ୍ୟନ୍ତ କୁହୁଡ଼ିର ପ୍ରଭାବ ରହିବ । କେତେକ ସ୍ଥାନରେ ଘନ କୁହୁଡ଼ି ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଜାରି ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।

Show More

Related Articles

Back to top button