Breaking PLUSଓଡ଼ିଶା

ଉଦଘାଟିତ ହୋଇଛି ରାଜ୍ୟର ସର୍ବବୃହତ ଓମଫେଡ ଡାଏରୀ ପ୍ଲାଣ୍ଟ

ଉଦଘାଟିତ ହୋଇଛି ରାଜ୍ୟର ସର୍ବବୃହତ ଓମଫେଡ ଡାଏରୀ ପ୍ଲାଣ୍ଟ । କଟକ ବାରଙ୍ଗ ବ୍ଲକ ଅରିଲୋରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ବିଶିଷ୍ଟ ଓମଫେଡ୍ ମେଗା ଡାଏରୀ ପ୍ଲାଣ୍ଟ ଉଦଘାଟନ କରିଛନ୍ତି । ୩ଶହ କୋଟି ଟଙ୍କା ବ୍ୟୟରେ ଏହି ଅତ୍ୟାଧୁନିକ ଅଟୋ ମେଟିକ ଡାଏରୀ ପ୍ଲାଣ୍ଟ ନିର୍ମାଣ କରାଯାଇଛି । ଓମଫେଡର ବିକାଶରେ ୩ ଲକ୍ଷ ଚାଷୀଙ୍କ ଅବଦାନ ରହିଛି । ଏହି ଡାଏରୀ ଦ୍ୱାରା ପାଖାପାଖି ୬ ଲକ୍ଷ ଚାଷୀ ଉପକୃତ ହେବେ ବୋଲି ଜଣାପଡ଼ିଛି । ଏହି ୟୁନିଟରେ ଦୈନିକ ୫ଲକ୍ଷ ଲିଟର ଦୁଗ୍ଧ ପକ୍ରିୟାକରଣ ହେବ । ଉନ୍ନତମାନର ଘିଅ, ଦହି ଓ ଦୁଗ୍ଧ ଜାତ ଦ୍ରବ୍ୟ ଉତ୍ପାଦନ ହେବ । ଏହି ପ୍ଲାଣ୍ଟ ନିର୍ମାଣ ଦ୍ୱାରା ଦୁଗ୍ଧ ଚାଷୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଲୋକାର୍ପଣ କରିବା ପରେ ମୁଖ୍ୟମନ୍ତ୍ରୀ ଏହି ପ୍ଲାଣ୍ଟକୁ ବୁଲି ଦେଖିଛନ୍ତି ।

Show More

Related Articles

Back to top button