Breaking PLUSଓଡ଼ିଶାମୁଖ୍ୟ ଖବର

ମାହାଙ୍ଗାରେ ରାଜନୈତିକ ହତ୍ୟାକାଣ୍ଡ, ଗଡିଲା ଦୁଇ ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମୁଣ୍ଡ

ମାହାଙ୍ଗାରେ ରାଜନୈତିକ ବିବାଦରୁ ଗଡ଼ିଛି ଦୁଇଟି ମୁଣ୍ଡ । କଟକ ଜିଲ୍ଲା ଅନ୍ତର୍ଗତ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗି ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରିଛନ୍ତି ଦୁର୍ବୁତ୍ତମାନେ

ମାହାଙ୍ଗାରେ ରାଜନୈତିକ ବିବାଦରୁ ଗଡ଼ିଛି ଦୁଇଟି ମୁଣ୍ଡ । କଟକ ଜିଲ୍ଲା ଅନ୍ତର୍ଗତ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗି ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରିଛନ୍ତି ଦୁର୍ବୁତ୍ତମାନେ । କୁଳମଣି ବରାଳ ସାଲେପୁର ବିଜେପିର ପ୍ରଭାରୀ ଥିଲେ ଓ ମାହାଙ୍ଗା ଅଂଚଳରେ ବିଜେପିର ଜଣେ ସକ୍ରିୟ କର୍ମକର୍ତ୍ତା ଥିଲେ। ସୂଚନା ଅନୁଯାୟୀ, କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳ ଉଭୟ ନିଜ ଗ୍ରାମ ନୃତାଙ୍ଗରୁ ଯଂକୋଟି ଆଡକୁ ଯାଉଥିବା ବେଳେ ନୃତାଙ୍ଗ କେନାଲ ବନ୍ଧରେ ୫ରୁ ୬ ଜଣ ଦୁର୍ବୃତ୍ତ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ମାହାଙ୍ଗା ଉନ୍ନୀତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲେ ମଧ୍ୟ ଡାକ୍ତର କୁଳମଣି ବରାଳଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ବୁତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ମାହାଙ୍ଗା ପୁଲିସ ତଦନ୍ତ ଆରମ୍ଭ କରିଛି। ସ୍ବର୍ଗତ ବରାଳଙ୍କ ଦୁଇ ପୁଅ ଥିବା ବେଳେ ବଡ ପୁଅ ଏବେ ନୃତଙ୍ଗ ପଂଚାୟତର ନୋମିନି ଅଛନ୍ତି। ସହଯୋଗୀ ଦିବ୍ୟସିଂହ ବରାଳଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ମଧ୍ୟ ଡାକ୍ତର ଦିବ୍ୟସିଂହଙ୍କୁ ମୃତ ଘୋଷଣା କରିଥିଲେ ।

କୁଳମଣିଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଘଟଣା ସ୍ଥଳରେ ପୋଲିସ ମୁତୟନ କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଥିଲେ ବି ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ। ଅନ୍ୟପଟେ ବିଜେପି କଟକ ଜିଲ୍ଲା ସଭାପତି ଏହାକୁ ରାଜନୈତିକ କାରଣରୁ ହତ୍ୟା କରାଯାଇଥିବା ଅଭିଯୋଗ କରିବା ସହ ଶାସକ ଦଳର ସ୍ଥାନୀୟ ନେତୃଙ୍କୁ ଏଥିପାଇଁ ଦାୟୀ କରିଛନ୍ତି। ତେବେ ବିଜେପିର ଅଭିଯୋଗ ଉପରେ ଶାସଦ ଦଳର ପ୍ରତିକ୍ରିୟା ମିଳିପାରିନାହିଁ।

Show More

Related Articles

Back to top button