ଦେଶ ବିଦେଶରାଜନୀତି

ବରିଷ୍ଠ କଂଗ୍ରେସ ନେତା ସର୍ଦାର ବୁଟା ସିଂହଙ୍କ ପରଲୋକ

ପୂର୍ବତନ କେନ୍ଦ୍ର ଗୃହ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ଦଳିତ ନେତା ସର୍ଦାର ବୁଟା ସିଂହଙ୍କର ଶନିବାର ଦିନ ଦେହାନ୍ତ ହୋଇଛି

ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା ।୧୯୩୪ ମସିହା ମାର୍ଚ୍ଚ ୨୧ ତାରିଖରେ ପଞ୍ଜାବ ଜଳନ୍ଧର ଜିଲ୍ଲାର ମୁସ୍ତଫାପୁର ଗାଁରେ ଜନ୍ମଗ୍ରହଣ କରିଥିଲେ ସର୍ଦାର ବୁଟା ସିଂହ । ସେ ୮ଥର ଲୋକସଭାକୁ ମନୋନୀତ ହୋଇଥିଲେ ।କଂଗ୍ରେସର ବରିଷ୍ଠ ଦଳିତ ନେତା ସର୍ଦାର ବୁଟା ସିଂହଙ୍କୁ ଦଳିତଙ୍କ ସର୍ବେସର୍ବା କୁହାଯାଉଥିଲା।

ନେହରୁ ଏବଂ ଗାନ୍ଧୀ ପରିବାରର ଅତି ଘନିଷ୍ଠ ଥିଲେ ସର୍ବାର ବୁଟା ସିଂହ । ତାଙ୍କ ରାଜନୈତିକ କ୍ୟାରିୟରରେ ସେ କେନ୍ଦ୍ର ଗୃହ ମନ୍ତ୍ରୀ, କୃଷି ମନ୍ତ୍ରୀ, ରେଳ ମନ୍ତ୍ରୀ ଏବଂ ଖେଳ ମନ୍ତ୍ରୀ ରହିଥିଲେ । ଏହାସହ ସେ ବିହାରର ରାଜ୍ୟପାଳ ଏବଂ ଜାତୀୟ ଅନୁସୂଚୀତ ଜାତି ଆୟୋଗର ଅଧ୍ୟକ୍ଷ ଭାବେ ମହତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ନିର୍ବାହ କରିଥିଲେ ।

Show More

Related Articles

Back to top button