Breaking PLUSଓଡ଼ିଶାମୁଖ୍ୟ ଖବର

ଶୀତ ଅଧିବେଶନ ପୂର୍ବରୁ କରୋନା ଟେଷ୍ଟ ବାଧ୍ୟତାମୂଳକ, ୨୮ରୁ ୩୦ ତାରିଖ ବିଧାୟକଙ୍କ କୋଭିଡ୍ ଟେଷ୍ଟ

ଡିସେମ୍ବର ୧ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତ ଅଧିବେଶନ । ପୂର୍ବ ଭଳି କରୋନା କଟକଣା ମଧ୍ୟରେ ଚାଲିବ ବିଧାନସଭା । ଏନେଇ ବାଧ୍ୟତାମୂଳକ କରାଯାଇଛି କରୋନା ଟେଷ୍ଟ । ବିଧାନସଭା କର୍ମଚାରୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ, ବିଧାୟକ,ସାମ୍ବାଦିକ ଓ ସୁରକ୍ଷା କର୍ମୀଙ୍କ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଏଥିପାଇଁ ୩ ଦିନ ଧରି କରାଯିବ ଟେଷ୍ଟ । ୨୮ରୁ ୩୦ ତାରିଖ ଯାଏଁ ଟେଷ୍ଟ କରାଯିବ ।

ସକାଳ ୮ରୁ ସନ୍ଧ୍ୟା ସାଢ଼େ ୫ଟା ଯାଏଁ ଟେଷ୍ଟିଂ ହେବ । ରିପୋର୍ଟ ନେଗେଟିଭ୍ ଆସିଲେ ଅଧିବେଶନରେ ସାମିଲ ହେବାକୁ ଅନୁମତି ମିଳିବ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

Show More

Related Articles

Back to top button