Breaking PLUSଓଡ଼ିଶାମୁଖ୍ୟ ଖବରସ୍ୱାସ୍ଥ୍ୟ

ସୁବର୍ଣ୍ଣପୁର ଜିଲ୍ଲାରେ BSKY ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଆଜି ସୁବର୍ଣ୍ଣପୁର ଜିଲ୍ଲାରେ BSKY ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ସୋନପୁରରେ ପ୍ରାୟ ୩ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାର ପ୍ରାୟ ଦେଢ଼ ଲକ୍ଷ ଲୋକ ଏଥିରେ ଉପକୃତ ହେବେ । ଏହି କାର୍ଡ ଜରିଆରେ ଗୋଟିଏ ପରିବାରର ସଦସ୍ୟଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ମିଳିବ । ଦେଶରେ ଏପରି ସେବା ଯୋଗାଇବାରେ ଓଡ଼ିଶା ପ୍ରଥମ ରାଜ୍ୟ । ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଏଥିରୁ ଉପକୃତ ହେବେ । କେବଳ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସପିଟାଲରେ ଉନ୍ନତ ଚିକିତ୍ସା ପାଇପାରିବେ ।

ଦେଶ ବିଦେଶରେ ଓଡ଼ିଶାର ଗୌରବ ବଢାଇଛନ୍ତି ସୁବର୍ଣ୍ଣପୁରର ବୁଣାକାର ଭାଇ ଓ ଭଉଣୀମାନେ । ଏମଏସଏମଇ ଦ୍ୱାରା ସୋନପୁରରେ ଶିଳ୍ପ ବିକାଶ ପାଇଁ ପଦକ୍ଷେପ ନିଆଯାଇଛି । ଜିଲ୍ଲାରେ ଜଳସେଚନ ପାଇଁ ପଦକ୍ଷେପ ନିଆଯାଇଛି । ସ୍ୱାସ୍ଥ୍ୟସେବାରେ ଉନ୍ନତି ପାଇଁ ସୋନପୁରରେ ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରତିଷ୍ଠା କରାଯାଉଛି । ଏବେ ସ୍ମାର୍ଟ ହେଲଥ କାର୍ଡ ସେବା ଆରମ୍ଭ ହେବା ପରେ ଜିଲ୍ଲାବାସୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇପାରିବ ।

Show More

Related Articles

Back to top button