Breaking PLUSଦେଶମୁଖ୍ୟ ଖବର

ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତର ପ୍ରଦେଶର ଗୌତମବୁଦ୍ଧ ନଗର ଜେୱରରେ ନୋଏଡା ଅନ୍ତର୍ଜାତୀୟ ବିମାନ ବନ୍ଦରର ଶିଳାନ୍ୟାସ କରିବେ । ଏହାସହ ଏବେ ଉତ୍ତର ପ୍ରଦେଶ ୫ ଅନ୍ତର୍ଜାତୀୟ ବିମାନ ବନ୍ଦର ଥିବା ପ୍ରଥମ ରାଜ୍ୟ ପାଲଟିଯିବ । ଜେୱରରେ ନିର୍ମାଣ କରାଯାଉଥିବା ଏହି ବିମାନ ବନ୍ଦର ଦିଲ୍ଲୀ-ଏନ୍‌ସିଆରରେ ଦ୍ୱିତୀୟ ଅନ୍ତର୍ଜାତୀୟ ବିମାନ ବନ୍ଦର ହେବ ।

କେବଳ ସେତିକି ନୁହେଁ ଏହା କାର୍ଯ୍ୟକ୍ଷମ ହେଲେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ଉପରେ ଚାପ କମିଯିବ । ବିମାନ ବନ୍ଦରର ପ୍ରଥମ ଭାଗ ଶେଷ କରିବାକୁ ୨୦୨୪ ଟାର୍ଗେଟ ରଖାଯାଇଛି । ପ୍ରଥମ ପର୍ଯ୍ୟାୟର ବିକାଶ ପାଇଁ ୧୦,୦୫୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଉଛି । ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସରକାର ଏହି ବିମାନବନ୍ଦର ପାଇଁ ୫,୮୪୫ ହେକ୍ଟର ଜମି ଯୋଗାଇ ଦେଇଛନ୍ତି । ମୋଦି ସରକାର ଦାବି କରିଛି ଜେୱର ବିମାନ ବନ୍ଦର ଏସିଆର ସବୁଠାରୁ ବଡ ଓ ବିଶ୍ୱର ସବୁଠାରୁ ବଡ ଚତୁର୍ଥ ବିମାନ ବନ୍ଦର ଭାବେ ଗଣାଯିବ ।

Show More

Related Articles

Back to top button