Breaking PLUSଦେଶମୁଖ୍ୟ ଖବର

ଜୁନିୟର ଇଞ୍ଜିନିୟରଙ୍କ ଘର ଡ୍ରେନ ପାଇପ ଭିତରୁ ବାହାରୁଛି ପୁଳା ପୁଳା ଟଙ୍କା, ବିଶ୍ୱାସ ନହେଲେ ବି ସତ, ଦେଖନ୍ତୁ ଏ ରିପୋର୍ଟ

ପ୍ରାୟ ଆପଣ ସମସ୍ତଙ୍କ ଘର ଡ୍ରେନ ପାଇପ ଦେଇ ଘରର ବର୍ଯ୍ୟ ବସ୍ତୁ ବାହାରକୁ ଆସିଥାଏ । କିନ୍ତୁ କର୍ଣ୍ଣାଟକ ଏସିବି କୁଲବର୍ଗୀର ଜଣେ ପୂର୍ତ୍ତ ବିଭାଗର ଜୁନିୟର ଇଞ୍ଜିନିୟରଙ୍କ ଘରେ କିଛି ଅଲଗା ଦଖିବାକୁ ମିଳିଛି, ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜ୍ଞା ହଁ, କର୍ଣ୍ଣାଟକ ଆଣ୍ଟି କରପସନ ବ୍ୟୁରୋ ଜୁନିୟର ଇଞ୍ଜିନିୟରଙ୍କ ଘର ରେଡ ସମୟରେ ଏମିତି କିଛି ଦେଖିଥିଲେ । ତାଙ୍କ ଘରୁ ପ୍ରାୟ ୫୪ ଲକ୍ଷ ଟଙ୍କା ଜବତ ହୋଇଛି କିନ୍ତୁ ବଡ଼ କଥା ହେଉଛି ୧୩ ଲକ୍ଷ ଟଙ୍କା ଡ୍ରେନ୍ ପାଇପରୁ ମିଳିଛି । ଏହା ଦେଖି ଅଧିକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ସୂଚନା ଅନୁଯାୟୀ, କର୍ଣ୍ଣାଟକ ଆଣ୍ଟି କରପସନ ବ୍ୟୁରୋ(ଏସିବି) ରାଜ୍ୟର ୬୮ ସ୍ଥାନରେ ଏବଂ ୧୫ ସରକାରୀଙ୍କ ବାବୁଙ୍କ ଉପରେ ରେଡ କରିଛି ଏହି କ୍ରମରେ ପୂର୍ତ୍ତବିଭାଗ ଜୁନିୟର ଇଞ୍ଜିନିୟର ମହେଶ ମେଘନାବରଙ୍କ ଘରେ କର୍ଣ୍ଣାଟକ ଏସିିବି ରେଡ କରିଥିଲା । ତାଙ୍କ ଘରୁ ୫୪ ଲକ୍ଷ ଟଙ୍କା ଜବତ କରାଯାଇଛି । ସେଥିରୁ ୧୩ ଲକ୍ଷ ଟଙ୍କା ଡ୍ରେନେଜ ପାଇପରୁ ଜବତ କରାଯାଇଛି । ଦେଖନ୍ତୁ ଏ ଭିଡିଓ-

Show More

Related Articles

Back to top button