ସ୍ୱାସ୍ଥ୍ୟ

ବିରିୟାନୀରେ ବ୍ୟବହାର ହେଉଥିବା ଜାଇଫଳ ଶରୀର ପାଇଁ ଔଷଧୀୟ ଗୁଣରେ ଭରପୁର

ଭାରତୀୟ ରୋଷେଇ ଘରେ ରହିଥିବା ବିଭିନ୍ନ ମସଲାର ଅନେକ ଔଷଧୀୟ ଗୁଣ ରହିଛି l ଏହି ମସଲା ଗୁଡିକ ଖାଇବାର ସ୍ୱାଦ ବଢାଇବା ସହିତ ଦେହ ପାଇଁ ମଧ୍ୟ ଅତ୍ୟନ୍ତ ହିତକର l ସେହି ମସଲା ମାନଙ୍କ ମଧ୍ୟରୁ ଗୋଟିଏ ହେଲା ଜାଇଫଳ l ଏହା ଭୋଜନର ସ୍ୱାଦ ଓ ସୁଗନ୍ଧକୁ ବଢ଼ାଇଥାଏ ଏହି ମସଲା ପୋଷାକ ତତ୍ୱ ସହିତ ଔଷଧୀୟ ଗୁଣରେ ଭରପୁର ଅଟେ

ଜାଇ ଫଳରେ ବିଭିନ୍ନ ପ୍ରକାରର ଯୌଗିକ ରହିଛି l ଏହାକୁ କେହି କେହି ଜାଇତ୍ରି ମଧ୍ୟ କହିଥାନ୍ତି l

* ଜାଇଫଳରେ ଆଣ୍ଟି ଏଂଫ୍ଲାମେଟୋରି ଗୁଣ ରହିଛି ,ଏହା ଶରୀରର ପୁରୁଣା ରୋଗ ଯେପରିକି ମଧୁମେହ ,ହୃଦ ରୋଗ ,ଓ ଆଣ୍ଠୁଗଣ୍ଠି ରୋଗରୁ ଆରମ୍ ଦେଇଥାଏ l ଏହି ଫଳରୁ ବାହାରୁଥିବା ତେଲ ଆଣ୍ଠୁଗଣ୍ଠି ଯନ୍ତ୍ରଣା ପାଇଁ ଅତ୍ୟନ୍ତ ହିତକର l ଏହାକୁ ମଧୁମେହ ରୋଗୀମାନେ ଦିନକୁ ଦୁଇଥର ସେବନ କରିବା ଦ୍ୱାରା ମଧୁମେହ ନିୟନ୍ତ୍ରଣ ହୋଇଥାଏ l

* ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ରହିଛି ଯାହା ସେଲୁଲର ନଷ୍ଟ ହେବାରୁ ଦୁରେଇ ରଖିଥାଏ ଓ ତ୍ୱଚାକୁ ସୁନ୍ଦର ରଖେ l ଜାଇ ଫଳର ଗଛ ମଧ୍ୟ ଔଷଧୀୟ ଗୁଣରେ ଭରପୁର ଅଟେ l ଆଣ୍ଟି ଆକ୍ସିଡେଣ୍ଟ ଭାବରେ କାମ କରୁଥିବାରୁ ନୂତନ ଟିସୁ ପ୍ରସ୍ତୁତ କରିଥାଏ l ହର୍ବାଲ ବିୟୁଟି ରେ ଜାଇଫଳ ବ୍ୟବହାର କରାଯାଇଥାଏ l

* ଏଥିରେ ଆଣ୍ଟି ବ୍ୟାକ୍ଟେରିଆ ରହିଥିବା କାରଣରୁ ଗୋଟିଏ ଗବେଷଣାରୁ ଜଣା ପଡିଛି ଯେ ଇ -କୋଲାଇ ନାମକ ବ୍ୟାକ୍ଟେରିଆକୁ ବିକାଶ ହେବାରୁ ଅଟକାଇ ଥାଏ ,ଯାହା ମନୁଷ୍ୟକୁ ଗମ୍ଭୀର ରୋଗର କାରଣ ଅଟେ l ଶରୀରକୁ ମଧ୍ୟ ସଂକ୍ରମଣରୁ ରକ୍ଷା କରିଥାଏ l

* ଗବେଷଣାରୁ ଜଣା ପଡ଼ିଛି ଯେ ଜାଇଫଳ ହୃତପିଣ୍ଡ ପାଇଁ ଅତ୍ୟନ୍ତ ଲାଭଦାୟକ l ଏଥିରେ ଥିବା ଯୌଗିକ ହୃଦୟକୁ ସୁସ୍ଥ ରଖିବା ସହିତ ହୃତପିଣ୍ଡରେ ବ୍ଳକେଜ ହେବାକୁ ଦିଏନାହିଁ l

Show More

Related Articles

Back to top button