ଦେଶ ବିଦେଶସ୍ୱାସ୍ଥ୍ୟ

ଅଧିକ ଟମାଟୋ ଖାଉଥିଲେ ହୋଇଯାଆନ୍ତୁ ସାବଧାନ : ହୋଇ ପାରନ୍ତି ଏହି ସବୁ ଅସୁବିଧାର ସମ୍ମୁଖୀନ

ଆବଶ୍ୟକତା ଠାରୁ ଯେକୌଣସି ଜିନିଷ ଅଧିକ ଖାଇବା ଦ୍ୱାରା ସ୍ୱାସ୍ଥ୍ୟପାଇଁ କ୍ଷତିକାରକ ହୋଇଥାଏ ,ଏହି ନିୟମ ଟମାଟ ଉପରେ ମଧ୍ୟ ଲାଗୁ ହେଉଛି l ଟମାଟର ବ୍ୟବହାର ଆମେ ତରକାରୀ ,ସୁପ କିମ୍ବା ସାଲାଡ଼ରେ କରିଥାଉ l ଏହା ଛାଡ ଆହୁରି ଅଧିକାଂଶ ଖାଦ୍ୟରେ ମଧ୍ୟ ଟମଟର ବ୍ୟବହାର ହୋଇଥାଏ

ଟମାଟ ଖାଇବା ଦ୍ୱାରା ଶରୀରକୁ ଅତ୍ୟନ୍ତ ଲାଭ ମିଳିଥାଏ କିନ୍ତୁ ବହୁଳ ବ୍ୟବହାର ଶରୀରକୁ କ୍ଷତି ଦେଇଥାଏ l

* ଟମାଟ ଖାଇବା ଦ୍ୱାରା ପାଚନତନ୍ତ୍ର ସୁସ୍ଥ ରହିଥାଏ କିନ୍ତୁ ଯଦି ଆପଣ ଅଧିକ ମାତ୍ରାରେ ଖାଆନ୍ତି ତେବେ ଏହାର ବିପରୀତ ପ୍ରତିକ୍ରିୟା ହୋଇଥାଏ l ଯେଉଁ ଲୋକମାନଙ୍କର ଇରିଟେବେଲ ସିଣ୍ଡ୍ରୋମ ସମସ୍ୟା ରହିଛି ସେମାନେ ଅଧିକ ଟମାଟ ଖାଇବା ଆବଶ୍ୟକ ନୁହେଁ l ଅଧିକ ଖାଇବା ଦ୍ୱାରା ଡାଇରିଆ ହେବାର ସମ୍ଭାବନା ଥାଏ l

* ଟମାଟରେ ଏସିଡ ମାତ୍ରା ଅଧିକ ରହିଥାଏ l ଯଦି ଆପଣଙ୍କୁ ଏସିଡ ରିଫ୍ଲେସନ ସମସ୍ୟା କିମ୍ୱା ଛାତି ପୋଡା ଜ୍ୱାଳା ରହୁଛି ତେବେ କମ ଟମାଟ ସେବନ କରିବା ଉଚିତ l ନଚେତ ଟମାଟ ଆପଣଙ୍କ ପେଟରେ ଏସିଡ଼ିଟି କରି ପାଚନ ସମସ୍ୟା ସୃଷ୍ଟି କରିଥାଏ l

* ଟମାଟରେ ଭରପୁର ମାତ୍ରାରେ ପୋଟାସିୟମ ରହିଛି l ଯାହା ଉଚ ରକ୍ତଚାପ ରୋଗୀଙ୍କ ପାଇଁ ହିତକର l କିନ୍ତୁ ଯେଉଁ ବ୍ୟକ୍ତି ମାନେ କିଡ୍ନୀ ଜନିତ ସମସ୍ୟାରେ ଆକ୍ରାନ୍ତ ଅଛନ୍ତି ସେମାନଙ୍କୁ କମ ପୋଟାସିୟମ ଖାଇବା ପାଇଁ କୁହାଯାଇଥାଏ l ତେଣୁ କିଡ୍ନୀ ରୋଗୀମାନେ ଟମାଟ କମ ଖାଇବା ଆବଶ୍ୟକ l

* କଞ୍ଚା ଟମାଟରେ ସୋଡିୟମ ଖୁବ କମ ମାତ୍ରାରେ ରହିଥାଏ l ତେଣୁ ନିମ୍ନ ରକ୍ତଚାପ ରୋଗୀଙ୍କ ପାଇଁ ହାନୀକାରକ ଅଟେ l ଚିକିତ୍ସକଙ୍କ କହିବା ଅନୁସାରେ ନିମ୍ନ ରକ୍ତଚାପ ରୋଗୀ ମାନେ ସୋଡିୟମ ଯୁକ୍ତ ଖାଦ୍ୟ ଖାଇବା ଉଚିତ l

* ଟମାଟରେ ରହିଥିବା ହିଷ୍ଟେମିନ କମ୍ପାଉଣ୍ଡ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଓ ଫୁଲ ସମସ୍ୟାର କାରଣ ହୋଇପାରେ ବୋଲି ଗବେଷକ ମାନେ କହିଛନ୍ତି l ଟମାଟରେ ମିଳୁଥିବା ସୋଲଲୀନ କାରଣରୁ ଗଣ୍ଠି ଯନ୍ତ୍ରଣା ବଢିବାର ସମସ୍ୟା ରହିଛି l ତେଣୁ ଗଣ୍ଠି ଯନ୍ତ୍ରଣା ରୋଗୀ ମାନେ କମ ଟମାଟ ଖାଇବା ଉଚିତ l

Show More

Related Articles

Back to top button