Breaking PLUSଜୀବନଚର୍ଯ୍ୟାଦେଶଦେଶ ବିଦେଶମୁଖ୍ୟ ଖବରଶିକ୍ଷା

ଏବେ ଅଫଲାଇନରେ ସମସ୍ତ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଏବେ ଶିକ୍ଷାନୁଷ୍ଠାନରୁ ସମସ୍ତ କଟକଣା ହଟାଇଦିଆଯାଇଛି ।

ଭୁବନେଶ୍ୱର: ଏବେ ଶିକ୍ଷାନୁଷ୍ଠାନରୁ ସମସ୍ତ କଟକଣା ହଟାଇଦିଆଯାଇଛି । ଏଣିକି ଛାତ୍ରଛାତ୍ରୀମାନେ କ୍ଲାସରୁମକୁ ଯାଇ ପାଠପଢି ପାରିବେ । ସୂଚନା ଅନୁଯାୟୀ, ଏଣିକି ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନଗୁଡ଼ିକର ସମସ୍ତ ସେମିଷ୍ଟାର ପରୀକ୍ଷା ଅଫଲାଇନ୍ ମୋଡ୍‌ରେ କରାଯିବ । ଡିପ୍ଲୋମା, ଇଞ୍ଜିନିୟରିଂ, ଏମବିଏ, ଏମସିଏ ଆଦି ବିଭିନ୍ନ ବୃତ୍ତିଗତ ଓ ବୈଷୟିକ ଶିକ୍ଷା ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ଅଫଲାଇନ୍ ତଥା ଫିଜିଲାକ୍ ମୋଡ୍‌ରେ ସେମିଷ୍ଟର ପରୀକ୍ଷା ଦେବେ । ଏବେ ରାଜ୍ୟରେ କରୋନାର ପ୍ରକୋପ ହ୍ରାସ ପାଇବାରୁ ସମସ୍ତ କଟକଣା ହଟାଇ ଦିଆଯିବା ସହିତ ଶିକ୍ଷାନୁଷ୍ଠାନ ଖୋଲିବା ଏବଂ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅଫଲାଇନରେ କରିବାକୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ବିଭଗ ପକ୍ଷରୁ ମଧ୍ୟ ଏନେଇ ବିପିୟୁଟି ଓ ଭିସୁଟ୍‌ର କୁଳପତି, ଡିଟିଇଟି, ଓୟୁଟିଆରର ଓଏସ୍‌ଡି, ଆଇଜିଆଇଟି ସରାଙ୍ଗର ନିର୍ଦ୍ଦେଶ ଓ ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ଯେଉଁ ପିଲାମାନଙ୍କର ଅନଲାଇନ ପାଠପଢାରେ ଅସୁବିଧା ହେଉଥିଲା ସେମାନେ ପାଠପଢି ପାରୁନଥିଲେ  ଏବେ ସେମାନେ ମନଖୁସିରେ କ୍ଲାସରୁମରେ ଯାଇକି ପାଠପଢିପାରିବେ । ଏବଂ ତାଙ୍କର ଡାଉଟ୍ କ୍ଲିୟର ମଧ୍ୟ କରିପାରିବେ ।

Show More

Related Articles

Back to top button