Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ୟୁକ୍ରେନ ସୀମାକୁ ନଯିବାକୁ ଭାରତୀୟଙ୍କ ପାଇଁ ନୂଆ ମାର୍ଗଦର୍ଶିକା ଜାରି

ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଘମାଘୋଟ ଲଢେଇ ଥମିବାର ନାଁ ଧରୁନି

କିଭ୍‌: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଘମାଘୋଟ ଲଢେଇ ଥମିବାର ନାଁ ଧରୁନି । ଏହାରି ମଧ୍ୟରେ ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ଅଡ଼ୁଆ  ମଧ୍ୟ ବଢିବାରେ ଲାଗିଛି। ୟୁକ୍ରେନର ବାୟୁସୀମା ବନ୍ଦ ହୋଇଯାଇଥିବା ଯୋଗୁଁ  ସେଠାରେ ଫସିଥିବା ଭାରତୀୟଙ୍କୁ ହଙ୍ଗେରୀ ଓ ରୋମାନିଆ ଦେଇ ସ୍ୱଦେଶ ଆଣିବାକୁ ଯୋଜନା କରିଛନ୍ତି ଭାରତ ସରକାର । ଏଥିପାଇଁ ଭାରତୀୟମାନେ ସ୍ୱଦେଶ ଫେରିବାକୁ ସୀମାନ୍ତ ଅଞ୍ଚଳକୁ ସଡ଼କ ପଥରେ ଯିବାରେ ଲାଗିଛନ୍ତି, ଯାହାକି ବର୍ତ୍ତମାନ ସ୍ଥିତିରେ ନୂଆ ବିପଦ ସୃଷ୍ଟି କରିଛି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ୟୁକ୍ରେନରେ ଫସିଥିବା ଭାରତୀୟମାନଙ୍କୁ ସୀମାନ୍ତ ଅଞ୍ଚଳକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି।

ଏଥିପାଇଁ ୟୁକ୍ରେନର କିଭ୍‌ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଗୋଟିଏ ସତର୍କ ସୂଚନା ଜାରି କରାଯାଇଛି। ଏଥିରେ ୟୁକ୍ରେନରେ ଥିବା ଭାରତୀୟମାନେ ସରକାରୀ ଅଧିକାରୀଙ୍କ ବିନା ଯୋଗାଯୋଗରେ କୌଣସି ସୀମାନ୍ତ ଅଞ୍ଚଳକୁ ଯିବେ ନାହିଁ ବୋଲି କୁହଯାଇଛି। ପ୍ରଥମେ ହେଲ୍ପଲାଇନ ଓ କିଭ୍‌ ସ୍ଥିତ ଦୂତାବାସ ସହ ଯୋଗାଯୋଗ କରିବା ପରେ ହିଁ ସୀମାନ୍ତ ଅଞ୍ଚଳକୁ ଯିବେ । ବର୍ତ୍ତମାନ ବିଭିନ୍ନ ସୀମାନ୍ତ ଚେକପୋଷ୍ଟରେ ସମ୍ବେଦନଶୀଳ ସ୍ଥିତି ସୃଷ୍ଟି ହୋଇଛି ।  ପଡ଼ୋଶୀ ଦେଶଗୁଡ଼ିକରେ ଥିବା ଦୂତାବାସଗୁଡ଼ିକ ସହ ନିୟମିତ ଭାବେ ଅଧିକାରୀମାନେ କାମ କରୁଛନ୍ତି। ପ୍ରାକ୍‌ ସୂଚନା ନ ଦେଇ ସୀମାନ୍ତ ଅଞ୍ଚଳରେ ପହଞ୍ଚୁଥିବାରୁ ଭାରତୀୟଙ୍କୁ ସହଯୋଗ କରିବାରେ ଦୂତାବାସ ଅଧିକାରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।  ତେଣୁ କେହି ବି ବିନା ଅନୁମତିରେ ସୀମାନ୍ତ ଅଞ୍ଚଳକୁ ଯାଆନ୍ତୁ ନାହିଁ।

ପରବର୍ତ୍ତୀ  ନିର୍ଦ୍ଦେଶାବଳୀକୁ ଅପେକ୍ଷା କରିବା ସହିତ ଆଦୌ ଆତଙ୍କିତ ହୁଅନ୍ତୁ ନାହିଁ। ଅଯଥା ଯାତାୟାତ ନକରି ଯଥା ସମ୍ଭବ ଘର ଭିତରେ ଓ ଶେଲ୍ଟର ହୋମରେ ରହିବାକୁ ଦୂତାବାସ ପକ୍ଷରୁ କୁହାଯାଇଛି ।

Show More

Related Articles

Back to top button