ମନୋରଞ୍ଜନ

କେବଳ ରାମ ନୁହନ୍ତି, ‘ରାମାୟଣ’ ଓ ‘ମହାଭାରତ’ର ଏହି ସବୁ ବଡ ଚେହେରା ଧରି ସାରିଛନ୍ତି ପଦ୍ମ

୧୯୮୭ରେ ଆସିଥିବା ରାମାନନ୍ଦ ସାଗରଙ୍କ ପ୍ରସିଦ୍ଧ ପୌରାଣିକ ଧାରାବାହିକ ରାମାୟଣରେ ଭଗବାନ ରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ଗୁରୁବାର ବିଜେପିରେ ଯୋଗ ଦେଇଛନ୍ତି

ଦେଶରେ ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ଅଭିଯାନ ମଧ୍ୟରେ ରାମଙ୍କୁ ନିଜ ଦଳରେ ସାମିଲ କରାଇବା ବିଜେପି ପାଇଁ ଗୁରୁତ୍ଵପୂର୍ଣ୍ଣ କୁହାଯାଉଛି। କାରଣ ପଶ୍ଚିମବଙ୍ଗରେ ଜୟ ଶ୍ରୀରାମ ନାରା ସାହାରାରେ ବିଜେପି ମମତା ବାନାର୍ଜୀଙ୍କ ଦୁର୍ଗକୁ ଭେଦିବାକୁ ଚାହୁଁଛି। କିନ୍ତୁ ଏଠାରେ କହି ରଖୁଛୁ, କେବଳ ‘ରାମାୟଣ’ ଧାରାବାହିକର ରାମ ନୁହେଁ ବରଂ ସୀତା, ରାବଣ ଏବଂ ‘ମହାଭାରତ’ ଧାରାବାହିକରେ ଗୁରୁତ୍ଵପୂର୍ଣ୍ଣ ଚରିତ୍ରରେ ଅଭିନୟ କରିଥିବା କୃଷ୍ଣ, ଦ୍ରୌପଦୀ ଓ ଯୁଧିଷ୍ଠୀରଙ୍କ ପରି ଚେହେରା ବିଜେପିରେ ସାମିଲ ହୋଇ ସାରିଛନ୍ତି।ରାମାୟଣରେ ରାବଣ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀ ୨୫୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ସେ ବିଜେପି ଟିକେଟ୍‌ରେ ଗୁଜରାଟର ସାବରକାଣ୍ଠା ଆସନରୁ ୧୯୯୧ରେ ନିର୍ବାଚନ ଲଢି ଜିତିଥିଲେ। ଏହା ପରେ ସେ ୨୦୦୨ରେ ମଧ୍ୟ ନିର୍ବାଚନ ଜିତିଥିଲେ।ରାମାୟଣର ସୀତା ଅର୍ଥାତ ଦୀପିକା ଚିଖଲିଆ ମଧ୍ୟ ୧୯୯୧ରେ ଲୋକସଭା ନିର୍ବାଚନରେ ବିଜେପି ଟିକେଟ୍‌ରେ ନିର୍ବାଚନ ଲଢିଥିଲେ ଏବଂ ବିଜୟୀ ମଧ୍ୟ ହୋଇଥିଲେ। ସେ ଗୁଜରାଟର ଭଦୋଦରା ଆସନରୁ ନିର୍ବାଚନ ଲଢି ସଂସଦକୁ ନିର୍ବାଚିତ ହୋଇଥିଲେ।ଭାରତର ପ୍ରସିଦ୍ଧର ରେସଲର ତଥା ରାମାୟଣରେ ହନୁମାନ ସାଜିଥିବା ଦାରା ସିଂହ ମଧ୍ୟ ରାଜନୀତିରେ ପାଦ ଦେଇଥିଲେ। ସେ ୨୦୦୩ରେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ। ଅଟଳ ବିହାରୀ ବାଜପେୟୀଙ୍କ କାର୍ଯ୍ୟକାଳରେ ଦାରା ସିଂହ ବିଜେପି ଦ୍ଵାରା ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।ମହାଭାରତ ସିରିୟଲରେ ଭଗବାନ କୃଷ୍ଣଙ୍କ ଭୂମିକାରେ ଅଭିନୟ କରିଥିବା ନୀତିଶ ଭରଦ୍ଵାଜ ବିଜେପିରେ ମଧ୍ୟ ପୂର୍ବରୁ ଯୋଗ ଦେଇଥିଲେ।

ସେ ୧୯୯୬ ନିର୍ବାଚନରେ ବିଜେପି ଟିକେଟ୍‌ରେ ଝାରଖଣ୍ଡର ଜାମସେଦପୁର ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ଏହା ପରେ ସେ ୧୯୯୯ରେ ମଧ୍ୟ ପ୍ରଦେଶର ରାଜଗଢ ଆସନରୁ ଲଢିଥିଲେ। ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ଭାଇ ଲକ୍ଷ୍ମଣ ସିଂହଙ୍କଠୁ ପରାଜିତ ହୋଇଥିଲେ। ଏହା ପରେ ରାଜନୀତିରୁ ତାଙ୍କର ମୋହଭଙ୍ଗ ହୋଇ ଯାଇଥିଲା।ମହାଭାରତରେ ପାଣ୍ଡବଙ୍କ ଜ୍ୟୋଷ୍ଠ ଭାଇ ଭାବେ ଯୁଧିଷ୍ଠୀରଙ୍କ ଭୂମିକାରେ ଅଭିନୟ କରିଥିବା ଗଜେନ୍ଦ୍ର ଚୌହ୍ଵାନ ୨୦୦୪ରେ ବିଜେପିରେ ଯୋଗ ଦେଇଥିଲେ। ସେ ବିଜେପିର ଜଣେ ସକ୍ରିୟ ସଦସ୍ୟ। ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆର ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ ଗଜେନ୍ଦ୍ର। ଏହି ସମୟରେ ତାଙ୍କର ଅନେକ ବିରୋଧ ହୋଇଥିଲା।ମହାଭାରତ ସିରିୟଲରେ ଦ୍ରୌପଦୀ ଭୂମିକାରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ରୂପା ଗାଙ୍ଗୁଲି ସଂପ୍ରତି ରାଜ୍ୟସଭା ସାଂସଦ। ସେ ବର୍ତ୍ତମାନ ପଶ୍ଚିମବଙ୍ଗରେ ବିଜେପି ପାଇଁ ପ୍ରଚାର କରୁଛନ୍ତି। ସେ ୨୦୧୫ରେ ବିଜେପିରେ ଯୋଗ ଦେଇଥିଲେ। ଏବେ ସେ ପଶ୍ଚିମବଙ୍ଗ ରାଜନୀତିରେ ବଡ ଚେହେରା ପାଲଟିଛନ୍ତି।

Show More

Related Articles

Back to top button