ଦେଶ ବିଦେଶସ୍ୱାସ୍ଥ୍ୟ

ମହିଳାଙ୍କ ଗର୍ଭରେ ନୁହେଁ ଲିଭରରେ ଥିଲା ଶିଶୁ

ଅଲଟ୍ରାସାଉଣ୍ଡ ରିପୋର୍ଟ ଦେଖି ଡାକ୍ତର ଅବାକ

ନାରୀଟିଏ ମାଆ ହେଲେ ତା ଜୀବନରେ ପୂର୍ଣ୍ଣତା ଆସିଥାଏ। ଜଣେ ମହିଳା ଗର୍ଭ ଧାରଣ କଲାପରେ ତା ଜୀବନରେ କେବଳ ପରିବର୍ତ୍ତନ ଆସେ ତାହା ନୁହଁ ବରଂ ଏହାସହ ଶରୀରରେ ମଧ୍ୟ ଅନେକ ପ୍ରକାର ପରିବର୍ତ୍ତନ ଦେଇଥାଏ। ଗର୍ଭାବସ୍ଥା ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ ମଧ୍ୟ ମହିଳା ଏହି ସମୟକୁ ଖୁବ ଉପଭୋଗ କରିଥାଏ। କିନ୍ତୁ ବହୁତ ମହିଳାଙ୍କର ଗର୍ଭାବସ୍ଥା ସମୟରେ ଅନେକ ଅସୁବିଧା ହେଉଥିବା ଦେଖାଯାଏ। କାନାଡ଼ାରୁ ଏହିଭଳି ଏକ ଅଦ୍ଭୁତ ଗର୍ଭଧାରଣ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଗର୍ଭବତୀ ମହିଳା ଯେତେବେଳେ ଡାକ୍ତରଙ୍କ ପାଖକୁ ଆସିଲେ ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଲା। ଆଉ ଡେରି ନକରି ଆସନ୍ତୁ ଜାଣିବା ପୁରା ଘଟଣା। କାନାଡ଼ାର ଶିଶୁ ରୋଗ ବିଶେଷଜ୍ଞ ଡଃ ମାଇକେଲ ତାଙ୍କ ଟିକ ଟକ ଭିଡ଼ିଓ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ତାଙ୍କ ଜୀବନରେ ଅନେକ ପ୍ରକାର ଚିକିତ୍ସା ସମ୍ବନ୍ଧିୟ ଘଟଣାର ସାମ୍ନା କରିଛନ୍ତି। କିନ୍ତୁ ଏଭଳି ଆଶ୍ଚର୍ଯ୍ୟକର ଘଟଣା ତାଙ୍କ ଜୀବନରେ ପ୍ରଥମଥର ଦେଖୁଛନ୍ତି। ଡଃ ମାଇକେଲଙ୍କ ପାଖକୁ ଜଣେ ୩୩ ବର୍ଷୀୟ ମହିଳା ଚିକିତ୍ସା ପାଇଁ ଆସୁଥିଲେ । ୧୪ ଦିନ ଋତୁସ୍ରାବ ହେବା ପରେ ଗତ ଦେଢ଼ ମାସ ହେଲା ତାଙ୍କର ଋତୁସ୍ରାବ ବନ୍ଦ ହୋଇଯାଇଥିଲା । ସେଥିପାଇଁ ସେ ଚେକଅପ କରିବାକୁ ଡାକ୍ତରଙ୍କ ପାଖକୁ ଯାଇଥିଲେ । ଡାକ୍ତର ପୁରା ସନ୍ଦେହ ମୁକ୍ତ ଥିଲେ ଯେ ମହିଳା ଗର୍ଭବତୀ ଅଛନ୍ତି ।

ତଥାପି ମହିଳାଙ୍କୁ ପ୍ରମାଣ କରାଇବା ପାଇଁ ସେ ଅଲ୍ଟ୍ରାସାଉଣ୍ଡ କରିଥିଲେ। କିନ୍ତୁ ଅଲ୍ଟ୍ରାସାଉଣ୍ଡର ଫଳାଫଳ ଦେଖି ଡାକ୍ତରଙ୍କ ସହ ମହିଳା ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଶିଶୁ ଭ୍ରୁଣଟି ଗର୍ଭାଶୟରେ ନୁହେଁ ମହିଳାଙ୍କ ଲିଭରରେ ଥିଲା । ସହବାସ ପରେ ଶୁକ୍ରାଣୁ ତାଙ୍କ ଗର୍ଭାଶୟକୁ ନ ଯାଇ ଲିଭରକୁ ଚାଲିଯାଇଥିଲା। ଡାକ୍ତର କହିଛନ୍ତି ଏଭଳି ଗର୍ଭଧାରଣ ସମସ୍ୟାକୁ ଏକ୍ଟୋପିକ ପ୍ରେଗ୍ନେନ୍ସି ବୋଲି କୁହାଯାଏ। ଏହି ସମସ୍ୟା ଅନେକ ମହିଳାଙ୍କର ପେଟରେ ଦେଖାଯାଏ କିନ୍ତୁ ପ୍ରଥମଥର ପାଇଁ ମହିଳାଙ୍କର ଲିଭରଲରେ ଏଭଳି ଗର୍ଭଧାରଣ ସମସ୍ୟା ଦେଖାଯାଇଛି। ଯେତେବେଳେ ଡିମ୍ବାଣୁ ଫେଲୋପିୟନ ଟ୍ୟୁବରେ ଭୁଲ ରାସ୍ତାରେ ଯାଏ ସେତେବେଳେ ଏହିଭଳି ସମସ୍ୟା ଦେଖାଦେଇଥାଏ। ଏକ୍ଟୋପିକ ଗର୍ଭଧାରଣରେ ଭ୍ରୁଣ ମଧ୍ୟ ଠିକ ଭାବେ ବଢ଼ିପାରେ ନାହିଁ। ଏହାପରେ ଡାକ୍ତର ତୁରନ୍ତ ମହିଳାଙ୍କର ଅସ୍ତ୍ରୋପଚାର କରିଥିଲେ । ମହିଳା ଏବେ ପୁରା ସୁରକ୍ଷିତ ଓ ସୁସ୍ଥ ଅଛନ୍ତି। କିନ୍ତୁ ଭ୍ରୁଣଟି ପୂର୍ବରୁ ଲିଭରରେ ମରିସାରିଥିଲା। ଡାକ୍ତର ଲିଭରରୁ ଭ୍ରୁଣଟିକୁ ଅସ୍ତ୍ରୋପଚାର ଦ୍ୱାରା ବାହାର କରିଥିଲେ। ଜର୍ନଲ ଅଫ ଏମର୍ଜେନ୍ସି ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ ୨୦୧୨ମସିହାରେ ଜଣେ ମହିଳାଙ୍କ ଲିଭରରେ ୧୮ ମାସର ଭ୍ରୁଣ ଦେଖିବାକୁ ମିଳିଥିଲା। ସେହି ମହିଳାଙ୍କର ଅସ୍ତ୍ରୋପଚାପର କରାଯାଇଥିଲା କିନ୍ତୁ ତାଙ୍କର ରକ୍ତସ୍ରାବ ବନ୍ଦ ନହେବାରୁ ସେ ମୃତ୍ୟୁର ଶିକାର ହୋଇଥିଲେ।

Show More

Related Articles

Back to top button