Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ମେଡିସିନ୍‌ ପାଇଁ କାଟାଲିନ କାରିକୋ ଓ ଡ୍ରିଉ ୱିସ୍‌ମ୍ୟାନଙ୍କୁ ନୋବେଲ୍‌

ଷ୍ଟକ୍‌ହୋମ୍: ୨୦୨୩ ପାଇଁ ନୋବେଲ୍‌ ପୁରସ୍କାର ଘୋଷଣା ସୋମବାରଠାରୁ ଆରମ୍ଭ ହୋଇଛି। ଏହି କ୍ରମରେ ଆଜି ଫିଜିଓଲୋଜୀ ତଥା ମେଡିସିନ୍‌ କ୍ଷେତ୍ରରେ ଏହି ସମ୍ମାନ ପାଇବାକୁ ଥିବା ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଚଳିତ ବର୍ଷ ମେଡିସିନ୍‌ ପାଇଁ କାଟାଲିନ କାରିକୋ ଓ ଡ୍ରିଉ ୱିସ୍‌ମ୍ୟାନ ପାଇବେ ସମ୍ମାନଜନକ ନୋବେଲ୍‌ ପୁରସ୍କାର।

ନ୍ୟୁକ୍ଲିଓସାଇଡ୍ ଭିତ୍ତିକ ସଂଶୋଧନ ସମ୍ବନ୍ଧୀୟ ଆବିଷ୍କାର ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଏହି ଆବିଷ୍କାର କରୋନା ଭାଇରସ୍ ତଥା କୋଭିଡ୍‌-୧୯ ବିରୁଦ୍ଧରେ ପ୍ରଭାବଶାଳୀ ଏମଆରଏନଏ ଟିକା ବିକଶିତ କରିବାରେ ସାହାଯ୍ୟ କରିଥିଲା। ନୋବେଲ କମିଟି ସଚିବ ଥୋମାସ ପର୍ଲମ୍ୟାନ କୋରୋଲିନ୍‌ସ୍କା ଇନ୍‌ଷ୍ଟିଚ୍ୟୁଟ୍‌ରେ ବିଜେତାଙ୍କ ନାଁ ଘୋଷଣା କରିଛନ୍ତି।

Show More

Related Articles

Back to top button