Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ଗ୍ରୀଷ୍ମ ତାତିରୁ ମିଳୁନି ତ୍ରାହି, ୩ରୁ ବର୍ଷା !

ମିଳିପାରେ ଆଶ୍ୱସ୍ତି

ତାତିରେ ଛଟପଟ ହେଉଛନ୍ତି ଓଡିଶାବାସୀ।ଶନିବାର ବି ଗ୍ରୀଷ୍ମ ପ୍ରଭାବ ଜାରି ରହିବ। ତେବେ ୩ରୁ ସାମାନ୍ୟ ବଦଳିବ ପାଗ। ୩ ଓ ୪ ତାରିଖରେ ରାଜ୍ୟର ତାପମାତ୍ରା କମିବ ଓ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୩ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ରାୟଗଡ଼ା, ଗଜପତି ଓ କୋରାପୁଟ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

୪ରେ ଉତ୍ତର ଉପକୂଳ ଓଡ଼ିଶା ସମେତ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ହାଲୁକାରୁ ମଧ୍ୟମ ପରିମାଣର ବର୍ଷା ହୋଇପାରେ। ସୂଚନାଯୋଗ୍ୟ, ଶୁକ୍ରବାର ମୋଟ ୮ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ଟିଟିଲାଗଡ଼, ବଲାଙ୍ଗୀର ଓ ବୌଦ୍ଧ ପରେ ଭବାନୀପାଟଣାରେ ୪୦.୫, ଝାରସୁଗୁଡ଼ାରେ ୪୦.୫, ସୋନପୁରରେ ୪୦.୪, ତାଳଚେରରେ ୪୦.୨ ଓ ସୁନ୍ଦରଗଡ଼ରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

Show More

Related Articles

Back to top button