ବାଣିଜ୍ୟ

କୃଷି ଋଣ ଉପରେ ମିଳିବନି ସୁଧ ଛାଡ଼ ଲାଭ

ମୋରାଟୋରିଅମ୍ ସମୟର ଚକ୍ରବୃଦ୍ଧି ସୁଧ ଛାଡ଼ କରିବା ଲାଗି ଯେଉଁ ସ୍କିମ୍ ରହିଛି ତାହାର ଲାଭ କୃଷି ଋଣ ନେଇଥିବା ଗ୍ରାହକଙ୍କୁ ମିଳିବ ନାହିଁ।ସରକାର ଏହା ସ୍ପଷ୍ଟ କରିଛନ୍ତି।

ଫସଲ ଓ ଟ୍ରାକ୍ଟର ଋଣ କୃଷି ଓ ତତ୍‌ ସଂକ୍ରାନ୍ତୀୟ କ୍ଷେତ୍ରରେ ଆସୁଛି। ଚକ୍ରବୃଦ୍ଧି ଛାଡ଼ ସ୍କିମ୍ ଯେଉଁ ଆଠଟି କ୍ଷେତ୍ରରେ ଲାଗୁ କରାଯିବ ସେଥିରେ କୃଷି କ୍ଷେତ୍ରକୁ ସାମିଲ କରାଯାଇନାହିଁ।ଏମ୍ଏସ୍‌ଏମ୍ଇ, ଶିକ୍ଷା, ଘର, କଞ୍ଜ୍ୟୁମର ଡ୍ୟୁରେବଲ୍‌ ଋଣ, କ୍ରେଡିଟ୍‌ କାର୍ଡ ଦେୟ, ଗାଡ଼ି ଓ ବ୍ୟକ୍ତିଗତ ଋଣ ଉପରେ ଚକ୍ରବୃଦ୍ଧି ସୁଧ ଛାଡ଼ର ଲାଭ ମିଳିବ।

ନଭେମ୍ବର ୫ ସୁଦ୍ଧା ଯୋଗ୍ୟ ଗ୍ରାହକଙ୍କ ଖାତାରେ ସୁଧ ଛାଡ଼ ବାବଦ ଟଙ୍କା ଜମା କରିବାକୁ ଆର୍ଥିକ ସଂସ୍ଥାଗୁଡ଼ିକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିର୍ଦେଶ ଦେଇଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଗ୍ରାହକମାନଙ୍କୁ ମାର୍ଚ୍ଚରୁ ଅଗଷ୍ଟ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ୬ ମାସର ମୋରାଟୋରିଅମ୍ ସୁବିଧା ଦିଆଯାଇଥିଲା।

Show More

Related Articles

Back to top button