ଖେଳଦେଶ ବିଦେଶ

ଆଇପିଏଲ ୨୦୨୦: ପଞ୍ଜାବଠାରୁ ୭ଓ୍ୱିକେଟରେ ଜିତିଲା ରାଜସ୍ଥାନ

ଆଇପିଏଲର ୫୦ ତମ ମ୍ୟାଚରେ କିଙ୍ଗସ୍ ଏକାଦଶ ପଞ୍ଜାବକୁ ୭ ଓ୍ୱିକେଟରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ । ଏହାସହ ପ୍ଲେ ଅଫରେ ଖେଳିବା ନେଇ ଆଶାକୁ ଉଜ୍ଜୀବିତ ରଖିଛି । ପଞ୍ଜାବ ପକ୍ଷରୁ ଧାର୍ଯ୍ୟ ୧୮୬ ରନର ବିଜୟ ଲକ୍ଷ୍ୟକୁ ରାଜସ୍ଥାନ ୧୭. ୩ଓଭରରେ ହାସଲ କରିନେଇଥିଲା

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବକୁ ପ୍ରଥମ ଓଭରରେ ହିଁ ଝଟକା ଲାଗିଥିଲା। ମନଦୀପ ସିଂହ ଖାତା ଖୋଲିବା ପୂର୍ବରୁ ଜୋଫ୍ରା ଆର୍ଚରଙ୍କ ଶିକାର ହୋଇଥିଲେ। ଏହା ପରେ ଅଧିନାୟକ କେଏଲ ରାହୁଲ ଓ କ୍ରିସ ଗେଲ୍ ଦଳର ବ୍ୟାଟିଂ ଭାର ସମ୍ଭାଳିଥିଲେ। ଦୁଇ ବ୍ୟାଟସମ୍ୟାନ ଦ୍ରୁତ ଗତିରେ ବ୍ୟାଟିଂ କରିଥିଲେ। ବିଶେଷ କରି କ୍ରିସ୍ ଗେଲ୍ ନିଜର ଚିରାଚରିତ ଢଙ୍ଗରେ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟସମ୍ୟାନ ଶତକୀୟ ଭାଗିଦାରୀ ଯୋଡି ଦଳର ସ୍ଥିତି ମଜବୁତ କରିବା ସହ ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ୧୨୧ ରନ ସ୍କୋରରେ କେଏଲ ରାହୁଲ ୪୬ ରନ କରି ପାଭିଲିୟନ ଫେରିଥିଲେ।ଅନ୍ୟପଟେ କ୍ରିସ୍ ଗେଲ ଆଇପିଏଲରେ ୩୦ତମ ଅର୍ଦ୍ଧଶତକ ହାସଲ କରିଥିଲେ। କ୍ରିସ୍ ଗେଲ ଓ ନିକୋଲାସ ପୂରନ ବିସ୍ଫୋରକ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍‌ରେ ୪୧ ରନ ଯୋଡିଥିଲେ। ୧୬୨ ରନ ସ୍କୋରରେ ପୂରନ ପାଭିଲିୟନ ଫେରିଥିଲେ। ସେ ମାତ୍ର ୧୦ ବଲରୁ ୩ ଛକା ସହ ୨୨ ରନ କରିଥିଲେ। ହେଲେ ଚମତ୍କାର ବ୍ୟାଟିଂ କରିଥିବା କ୍ରିସ୍‌ ଗେଲ୍‌ ୧ ରନ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ।

କ୍ରିସ୍ ଗେଲ୍‌ଙ୍କୁ ବୋଲ୍ଡ କରି ଜୋଫ୍ରା ଆର୍ଚର ଦଳକୁ ଚତୁର୍ଥ ସଫଳତା ଦେଇଥିଲେ। ଗେଲ୍ ୬୩ ବଲରୁ ୬ ଚୌକା ଓ ୮ ଛକା ସହ ୯୯ ରନ କରିଥିଲେ। ପଞ୍ଜାବ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୮୫ ରନ କରିଥିଲା।ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର ଓ ବେନ ଷ୍ଟୋକ୍ସ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।୧୮୬ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ରାଜସ୍ଥାନ ସଞ୍ଜୁ ସାମସନଙ୍କ ଲଢୁଆ ଇନିଂସ ଓ ବେନ ଷ୍ଟୋକସଙ୍କ ଅର୍ଧଶତକ ବଳରେ ୭ ଓ୍ୱିକେଟ୍ ହରାଇ ବିଜୟୀ ହୋଇଥିଲା । ସାମସନ ୪୮ ରନ୍ କରିଥିବା ବେଳେ ଷ୍ଟୋକର ୫୦ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରବିନ ଉଥାପ୍ପା ୩୦ ରନ୍ କରିଥିଲେ ।ପଞ୍ଜାବ ପକ୍ଷରୁ ଏମ ଅଶ୍ୱିନୀ ଓ କ୍ରିସ୍ ଜୋର୍ଡାନ୍ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।

Show More

Related Articles

Back to top button