Breaking PLUSଦେଶମୁଖ୍ୟ ଖବର

ଆଇଏନଡିଆଇଏର ସଂଯୋଜକ ହେବାକୁ ମନା କଲେ ନୀତୀଶ କୁମାର

ପାଟଣା/ନୂଆଦିଲ୍ଲୀ, 13 ଜାନୁୟାରୀ- ଶନିବାର ଦିନ ଭର୍ଚୁଆଲ ମୋଡରେ ବିରୋଧୀ ଦଳର ଆଇଏନଡିଆଇଏ ମେଣ୍ଟର ବଡ ବୈଠକ ବସିଛି । ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସଂଯୋଜକ କରିବା ପାଇଁ ପ୍ରସ୍ତାବ ଆସିଥିଲା, କିନ୍ତୁ ନୀତୀଶ ଏହାକୁ ସ୍ୱୀକାର କରିବାକୁ ମନା କରିଦେଇଛନ୍ତି । ନୀତୀଶ କୁମାର କହିଛନ୍ତି ଯେ, କଂଗ୍ରେସରୁ ହିଁ କାହାକୁ ଆଇଏନଡିଆଇଏର ସଂଯୋଜକ କରାଯାଉ ।
ମୁଖ୍ୟମନ୍ତ୍ରୀ ନୀତୀଶଙ୍କୁ ସଂଯୋଜକ କରିବା ପାଇଁ ପ୍ରସ୍ତାବ ଆଣିଥିଲେ ଷ୍ଟାଲିନ । କିନ୍ତୁ ସେ ଏହାକୁ ସ୍ୱୀକାର କରିବାକୁ ମନା କରିଦେଇଛନ୍ତି । ମେଣ୍ଟର ବୈଠକରେ ନୀତୀଶଙ୍କ ସହିତ ସାମିଲ ହୋଇଥିବା ମନ୍ତ୍ରୀ ସଞ୍ଜୟ ଝା ବୈଠକ ପରେ କହିଛନ୍ତି ଯେ, ନୀତୀଶ କୁମାରଙ୍କୁ ସଂଯୋଜକ କରିବା ପାଇଁ ଚର୍ଚ୍ଚା ହୋଇଥିଲା, କିନ୍ତୁ ସେ ଏହାକୁ ସ୍ୱୀକାର କଲେ ନାହିଁ ।

Show More

Related Articles

Back to top button