Breaking PLUSଦେଶମୁଖ୍ୟ ଖବର

ଭଗବାନ ରାମଙ୍କ ଅଭିଷେକ ପାଇଁ ଅଲୱରରୁ ଅଯୋଧ୍ୟା ଗଲା 125କିଲୋ ମହୁ

ଅଲୱର, 13 ଜାନୁୟାରୀ – ଅଯୋଧ୍ୟାରେ ଜାନୁୟାରୀ 22ରେ ଭବ୍ୟ ରାମମନ୍ଦିରରେ ରାମଲଲା ବିରାଜମାନ ହେବାକୁ ଯାଉଛନ୍ତି । ଜାନୁୟାରୀ 16ରେ ଭଗବାନ ରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହି ସମୟରେ ଅଲୱରର ମହୁରେ ଭଗବାନ ରାମଙ୍କ ଅଭିଷେକ କରାଯିବ । 125 କିଲୋ ମହୁ ନେଇ ରଥ ଶନିବାର ଜଗନ୍ନାଥ ମନ୍ଦିରରୁ ବାହାରିଛି । ରବିବାର ଏହି ରଥ ଅଯୋଧ୍ୟାରେ ପହଞ୍ଚିବ । ବନ ମନ୍ତ୍ରୀ ସଞ୍ଜୟ ଶର୍ମା ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ଏହି ରଥକୁ ପତାକା ଦେଖାଇଥିଲେ । ଅଲୱରର ଏହି ମହୁରେ ଭଗବାନ ରାମଙ୍କ ଅଭିଷେକ ହେବ ।

Show More

Related Articles

Back to top button