Breaking PLUSଦେଶମୁଖ୍ୟ ଖବର

ମସଜିଦ ଓ ମଦରସାରେ ଗୁଞ୍ଜରିତ ହେବ ରାମଧୁନ

ଜାନୁୟାରୀ 22କୁ ଆଲୋକିତ କରିବେ ମୁସଲିମ୍

ଅଯୋଧ୍ୟା, 13 ଜାନୁୟାରୀ – ଶ୍ରୀରାମ ଜନ୍ମଭୂମି ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ଜାନୁୟାରୀ 21 ଓ 22 ଦୁଇଦିନ ମୁସଲିମ ସମାଜ ମସଜିଦ ଓ ମଦରସା ସହିତ ନିଜ ନିଜ ଘରେ ଦୀପ ଜଳାଇ ଆଲୋକିତ କରିବେ । ମୁସଲିମ ଜାତୀୟ ମଞ୍ଚର ସଂଯୋଜକ ମୋହମଦ ଅଫଜଲ ଏହି ସୂଚନା ଦେଇଛନ୍ତି ।
ମହମ୍ମଦ ଅଫଜଲ କହିଛନ୍ତି ଯେ, ଜାନୁୟାରୀ 22ରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ମୁସଲିମ ସମାଜ ଅଯୋଧ୍ୟା ଯାତ୍ରା କରିବ । ଏହି ସମୟରେ ମୁସଲିମ ସମାଜର ଲୋକେ ଅଯୋଧ୍ୟାରେ ହନୁମାନଗଢି ଓ ରାମଜନ୍ମଭୂମିର ଦର୍ଶନ କରିବେ । ମୁସଲିମ ସମାଜ ଅଯୋଧ୍ୟା ଦର୍ଶନ କରିବା ପାଇଁ ମୁସଲିମ ରାଷ୍ଟ୍ରୀୟ ମଞ୍ଚ ଉତ୍ତର ପ୍ରଦେଶର ଭିନ୍ନ ଭିନ୍ନ 4ଟି ସ୍ଥାନରୁ ଯାତ୍ରା କରିବେ । ସମସ୍ତ ଯାତ୍ରାର ସମାପନ ଅଯୋଧ୍ୟାରେ ହେବ ।

Show More

Related Articles

Back to top button