ଦେଶ ବିଦେଶବାଣିଜ୍ୟ

ଆମେରିକା ଚାପ ଆଗରେ ନଇଁବନି ଭାରତ !

ନିର୍ମଳା ସୀତାରମଣ କହିଲେ- ଶସ୍ତା ଦରରେ ଋଷିଆରୁ ଆହୁରି କିଣାଯିବ ତେଲ

ଋଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକା କଟକଣାକୁ ଭୃକ୍ଷେପ ନକରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଋଷିଆରୁ ଭାରତ ଆହୁରି ଅଧିକ ଅଶୋଧିତ ତୈଳ ଆଣିବ ବୋଲି ଶୁକ୍ରବାର କହିଛନ୍ତି । ମସ୍କୋରୁ ଅଧିକ ତୈଳ ଆମଦାନୀ ଲାଗି ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିବାର ସେ କହିଛନ୍ତି। ଯଦି ଆମକୁ ଡିସ୍କାଉଣ୍ଟ ଦରରେ ତେଲ ମିଳୁଛି ଆମେ କାହିଁକି କିଣିବୁନି ବୋଲି ସେ ଓଲଟି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ଯେଉଁଥିରେ ରାଷ୍ଟ୍ରର ଆବଶ୍ୟକତା ଓ ହୀତ ନିହିତ ଅଛି ତାହା ଆମେ ଅବଶ୍ୟ କରିବୁ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଦେଶର ଆର୍ଥିକ ଅବସ୍ଥାକୁ ପ୍ରଭାବିତ କରିଛି। ଏଥିରେ ଜନତାଙ୍କ ଲାଭ ପ୍ରତି ଦୃଷ୍ଟି ଦେବା ସରକାରଙ୍କ ପ୍ରାଥମିକତା ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୟୁକ୍ରେନ ବିରୋଧରେ ଯୁଦ୍ଧ ଚଳାଇଥିବା ଋଷିଆ ଉପରେ ଆମେରିକା କଟକଣା କଡାକଡି କରିଛି। ଆମେରିକା ଭୟରେ ବିଶ୍ୱର ଅନେକ ଦେଶ ଋଷିଆ ସହ ବ୍ୟାପାର ବାଣିଜ୍ୟ ମଧ୍ୟ ବନ୍ଦ କରିଦେଇଛନ୍ତି। ଯୁଦ୍ଧ ଏବେ ୪୦ ଦିନରେ ପହଞ୍ଚିଥିବା ବେଳେ ଋଷିଆକୁ ସବୁଆଡୁ ଆର୍ଥିକ ସଂକଟର ସମ୍ମୁଖୀନ ହେବାକୁ ପଡୁଛି। ସଂକଟର ଏହି କ୍ଷଣରେ ଋଷିଆ କାନ୍ଧକୁ କାନ୍ଧ ମିଳାଇ ଭାରତ ଛିଡା ହୋଇଛି। ଭାରତ ଋଷିଆରୁ ପର୍ଯ୍ୟାପ୍ତ ଡିସ୍କାଉଣ୍ଟରେ ବିପୁଳ ଅଶୋଧିତ ତୈଳ କ୍ରୟ କରୁଛି, ଯାହା ଉପରେ ଏବେ ଆମେରିକାର ନଜର ପଡିଛି। ଗତ ଦିନରେ ଏଥିଲାଗି ଭାରତକୁ ଆମେରିକା ଚେତାଇଥିଲା ମଧ୍ୟ।

ଋଷିଆରୁ ଅଧିକ ପରିମାଣରେ ତୈଳ କ୍ରୟ କଲେ ଏହାର ପରିଣାମ ମଧ୍ୟ ଭୋଗିବାକୁ ପଡିବ ବୋଲି ସତର୍କ କରିଥିଲା। ବାସ୍ତବତା ହେଲା ଆମେରିକା ଏବ ଋଷିଆ ଉପରେ କଟକଣା ଆହୁରି କଡାକଡ଼ି କରିବା ଯୋଜନାରେ ଅଛି। ତେବେ ବର୍ତ୍ତମାନ ଲାଗି ଆମେରିକା କୌଣସି ଦେଶଙ୍କୁ ଋଷିଆରୁ ତେଲ କିଣିବା ଲାଗି ମନା କରି ନାହିଁ। ତେବେ ଶସ୍ତା ଦରରେ ଅଧିକ ତୈଳ କ୍ରୟ କରୁଥିବା ଦେଶଙ୍କ ଉପରେ ଏବେ ଆମେରିକା ନଜର ରଖିଛି। ଏଥିରେ ଭାରତ ଅନ୍ୟତମ। ଗତବର୍ଷ ଋଷିଆରୁ ଭାରତ ୧୬ ମିଲିୟନ ବାରଲ ତୈଳ ଆମଦାନୀ କରିଥିଲା। ତେବେ ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ଋଷିଆରୁ ୧୩ ନିୟୁତ ବାରଲ ତୈଳ ଆମଦାନୀ କରିସାରିଲାଣି । ଖାସ ଏହି କାରଣରୁ ଚୀନ୍‌ ଗସ୍ତରେ ଆସିଥିବା ଋଷିଆ ବୈଦେଶିକମନ୍ତ୍ରୀ ଏବେ ଦୁଇ ଦିବସୀୟ ଭାରତ ଗସ୍ତରେ ନୂଆଦିଲ୍ଲୀରେ ଅବସ୍ଥାନ କରୁଛନ୍ତି। ଭାରତ-ଋଷିଆ ସମ୍ପର୍କରେ କୌଣସି ଦେଶର ଚାପ କାମରେ ଆସିବନି ବୋଲି ଋଷୀୟ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ କହିଛନ୍ତି। କାରଣ ଭାରତ ଓ ଋଷିଆ ପରସ୍ପରର ସଂକଟ ସମୟରେ ସବୁ ବେଳେ ପାଖେ ପାଖେ ରହିଛନ୍ତି।

Show More

Related Articles

Back to top button