ଦେଶ ବିଦେଶବାଣିଜ୍ୟ

ଜିଏସଟି ସଂଗ୍ରହରେ ସର୍ବକାଳୀନ ରେକର୍ଡ

ମାର୍ଚ୍ଚରେ ୧.୪୨ ଲକ୍ଷ କୋଟିର ଟ୍ୟାକ୍ସ କଲେକ୍ସନ

ଦେଶରେ ଜିଏସଟି ଆଇନ ଲାଗୁ ହେବା ପରେ ମାର୍ଚ୍ଚରେ ସର୍ବକାଳୀନ ରେକର୍ଡ ଜିଏସଟି ସଂଗ୍ରହ ହୋଇଛି । ଆର୍ଥିକ ବର୍ଷ ୨୦୨୧-୨୨ର ଶେଷ ମାସରେ ଜିଏସଟି ସଂଗ୍ରହ ୧.୪୨ ଲକ୍ଷ କୋଟି ଟଙ୍କା ଅର୍ଥାତ ୧,୪୨,୦୯୫ କୋଟି ହୋଇଛି । ଦେଶରେ ଜିଏସଟି ସଂଗ୍ରହରେ ଏହା ଆଜି ଯାଏଁର ସର୍ବାଧିକ । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଦେଶରେ ଜିଏସଟି ସଂଗ୍ରହ ରେକର୍ଡ ସ୍ତରରେ ପହଞ୍ଚିଛି। ଏବଂ ୨୦୨୨ ଜାନୁଆରୀ ମାସର ନିଜର ୧,୪୦,୯୮୬ କୋଟି ଟଙ୍କାର ରେକର୍ଡକୁ ଭାଙ୍ଗିଛି । ୨୦୨୨ ମାର୍ଚ୍ଚ ମାସରେ ମୋଟ ଜିଏସଟି ସଂଗ୍ରହ ୧,୪୨,୦୯୫ କୋଟି ଟଙ୍କା ରହିଛି । ଏଥିରୁ ସିଜିଏସଟି ୨୫,୮୩୦ କୋଟି ଟଙ୍କା ଏବଂ ଏସଜିଏସଟି ୩୨,୩୭୮ କୋଟି ଟଙ୍କା ରହିଛି ।

ଏଥିରେ ଆଇଜିଏସଟି ସଂଗ୍ରହ ୩୯,୧୩୧ କୋଟି ଏବଂ ସେସ ୯୪୧୭ କୋଟି ଟଙ୍କା ରହିଛି । ଏହାସହ ଜିନିଷ ଆମଦାନୀ ଉପରେ ୯୮୧ କୋଟି ଟଙ୍କା ସଂଗ୍ରହ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ପ୍ରତି ବର୍ଷ ଜିଏସଟି ସଂଗ୍ରହରେ ବୃଦ୍ଧି ଘଟୁଛି । ପୂର୍ବ ବର୍ଷ ସମାନ ଅବଧିର ତୁଳନାରେ ଚଳିତ ବର୍ଷର ଜିଏସଟି ସଂଗ୍ରହ ୧୫ ପ୍ରତିଶତ ଅଧିକ। ସେହିପରି ୨୦୨୦ ମାର୍ଚ୍ଚ ତୁଳନାରେ ୨୦୨୨ରେ ଜିଏସଟି ସଂଗ୍ରହ ୪୬ ପ୍ରତିଶତ ଅଧିକ।

Show More

Related Articles

Back to top button