Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟର ୯ ସ୍ଥାନରେ ରାତ୍ରି ତାପମାତ୍ରା ୧୨ ଡ଼ିଗ୍ରୀ ତଳେ, ସିମିଳିଗୁଡାରେ ସର୍ବନିମ୍ନ ୯.୩ ଡ଼ିଗ୍ରୀ ରେକର୍ଡ଼

ଭୁବନେଶ୍ଵର, ୩୦ ଜାନୁଆରୀ – ରାଜ୍ୟର ୯ଟି ସ୍ଥାନରେ ରାତ୍ରି ତାପମାତ୍ରା ସର୍ବନିମ୍ନ ୧୨ ଡ଼ିଗ୍ରୀ ତଳେ ରହିଛି । ସିମିଳିଗୁଡାରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୯.୩ ଡ଼ିଗ୍ରୀ ରେକର୍ଡ଼ ହୋଇଛି ।

ସେହିପରି ଜି. ଉଦୟଗିରିରେ ୯.୪ ଡ଼ିଗ୍ରୀ, ଫୁଲବାଣୀରେ ୧୦.୦ ଡ଼ିଗ୍ରୀ, କୋରାପୁଟରେ ୧୦.୨ ଡ଼ିଗ୍ରୀ, ବରଗଡ଼ରେ ୧୦.୪ ଡ଼ିଗ୍ରୀ, କିରେଇରେ ୧୦.୭ ଡ଼ିଗ୍ରୀ, ଦାରିଙ୍ଗବାଡ଼ିରେ ୧୧.୫ ଡ଼ିଗ୍ରୀ, ଅନୁଗୁଳରେ ୧୨.୦ ଡ଼ିଗ୍ରୀ ଏବଂ କେନ୍ଦୁଝରଗଡ଼ରେ ୧୨.୦ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଜାରି ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।

Show More

Related Articles

Back to top button