Breaking PLUSଓଡ଼ିଶାମୁଖ୍ୟ ଖବର

ବହୁଚର୍ଚ୍ଚିତ ଗୁରୁଡ଼ିଝାଟିଆ ସେବା ସମବାୟ ସମିତିରେ ଆର୍ଥିକ ଅନିୟମିତତା ଘଟଣାରେ ନିଆଗଲା କାର୍ଯ୍ୟାନୁଷ୍ଠାନ, ୯ ଜଣ କର୍ମଚାରୀ ନିଲମ୍ବିତ

କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଆଠଗଡ଼ ଶାଖା ଅଧୀନରେ ଥିବା ଗୁରୁଡ଼ିଝାଟିଆ ସେବା ସମବାୟ ସମିତିରେ ହୋଇଥିବା ଆର୍ଥିକ ଅନିୟମିତତା ଓ ବେଆଇନ କାରବାର ଅଭିଯୋଗର ତଦନ୍ତ କରାଯାଇ ୯ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଏଥି ସହିତ ଅଧିକ ତଦନ୍ତ ଓ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସିଆଇଡି, କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା, ଭୁବନେଶ୍ୱରର ଆରକ୍ଷୀ ଅଧୀକ୍ଷକଙ୍କୁ ଅନୁରୋଧ କରାଯାଇଛି ଏବଂ ତଦନ୍ତ ପ୍ରକ୍ରିୟା ଜାରି ରହିଛି ।

କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଆଠଗଡ଼ ଶାଖା ଅଧୀନରେ ଥିବା ଗୁରୁଡ଼ିଝାଟିଆ ସେବା ସମବାୟ ସମିତିରେ ହୋଇଥିବା ଆର୍ଥିକ ଅନିୟମିତତା ଓ ବେଆଇନ କାରବାର ଅଭିଯୋଗର ତଦନ୍ତ କରାଯାଇ ୯ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଏଥି ସହିତ ଅଧିକ ତଦନ୍ତ ଓ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସିଆଇଡି, କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା, ଭୁବନେଶ୍ୱରର ଆରକ୍ଷୀ ଅଧୀକ୍ଷକଙ୍କୁ ଅନୁରୋଧ କରାଯାଇଛି ଏବଂ ତଦନ୍ତ ପ୍ରକ୍ରିୟା ଜାରି ରହିଛି ।

କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଆଠଗଡ଼ ଶାଖା ଅଧୀନରେ ଥିବା ଗୁରୁଡ଼ିଝାଟିଆ ସେବା ସମବାୟ ସମିତିରେ ହୋଇଥିବା ଆର୍ଥିକ ଅନିୟମିତତା ଓ ବେଆଇନ କାରବାର ବିଷୟରେ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ତୁରନ୍ତ ନିବନ୍ଧକ, ସମବାୟ ସମିତି ସମୂହ ଓ ମହାସମୀକ୍ଷକ, ସମବାୟ ସମିତି ସମୂହ ୨୦୨୦ ମାର୍ଚ୍ଚ ୧୨ରେ ଏହାର ତଦନ୍ତ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶକ୍ରମେ ଉପନିବନ୍ଧକ, ସମବାୟ ସମିତି କଟକ, ସହକାରୀ ମହାସମୀକ୍ଷକ, କଟକ, ସଂପାଦକ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଓ ନିବନ୍ଧକ ସମବାୟ ସମିତି ସମୂହଙ୍କ ପ୍ରତିନିଧିଙ୍କୁ ନେଇ ଏକ ୧୧ ଜଣିଆ ତଦନ୍ତକାରୀ ଦଳ ଗଠନ କରାଯାଇଥିଲା । ୨୦୨୦ ଜୁନ୍‌ ୩ ତାରିଖରେ ତଦନ୍ତକାରୀ ଦଳ ସମିତିରେ ହୋଇଥିବା ଧାନ କ୍ରୟ ତଥା ଫସଲ ଋଣ କାରବାରରେ ୧,୦୯,୫୦,୨୯୦ ଟଙ୍କାର ଆର୍ଥିକ ହେରଫେର ଓ ଅନିୟମିତତା ହୋଇଥିବା ଦର୍ଶାଇଥିଲେ । ଉକ୍ତ ତଦନ୍ତ ରିପୋର୍ଟରେ ଦର୍ଶାଯାଇଥିବା ଅଭିଯୁକ୍ତ କର୍ମଚାରୀ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଆଠଗଡ଼ ଶାଖାର ୬ ଜଣ କର୍ମଚାରୀ ଯଥା- ଶାଖା ପରିଚାଳକ ପ୍ରମୋଦ କୁମାର ଦାଶ, ସହ ପରିଚାଳକ ନଳିନୀକାନ୍ତ ଆଚାର୍ଯ୍ୟ, ସହ ପରିଚାଳକ ଚିତ୍ରାନନ୍ଦ ଜେନା, ସହ ପରିଚାଳକ ବାବାଜୀ ପ୍ରଧାନ, ବ୍ୟାଙ୍କ ସହାୟକ ନିରଞ୍ଜନ ପରିଡ଼ା ଓ ଚୌଦ୍ୱାର ବ୍ୟାଙ୍କ ଶାଖାର ସହ ପରିଚାଳକ ଜିତେନ୍ଦ୍ର ମହାନ୍ତିଙ୍କ ସହିତ ଗୁରୁଡ଼ିଝାଟିଆ ସେବା ସମିତିରେ କାର୍ଯ୍ୟରତ ଥିବା ୩ ଜଣ କର୍ମଚାରୀ ଯଥା-ସଂପାଦକ ବିଜୟ କୁମାର ଦାଶ, ସହସଂପାଦକ ସଂଗ୍ରାମ କେଶରୀ ସାହୁ ଓ ପିଅନ ପ୍ରବୋଧ ରଂଜନ ପ୍ରଧାନଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି ଏବଂ ଆଇନ ମୁତାବକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ।

ଗୁରୁଡ଼ିଝାଟିଆ ସେବା ସମବାୟ ସମିତିରେ ହୋଇଥିବା ଆର୍ଥିକ ଅନିୟମିତତା ଓ ହେରଫେରର ଉପଯୁକ୍ତ ତଦନ୍ତ ଓ ବିହୀତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଭୁବନେଶ୍ୱରସ୍ଥ ସିଆଇଡି, କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାର ଆରକ୍ଷୀ ଅଧୀକ୍ଷକଙ୍କୁ ନିବନ୍ଧକ ସମବାୟ ସମିତି ସମୂହ, ଓଡ଼ିଶା ଗତ ୨୦୨୦ ଜୁନ ୧୦ ତାରିଖରେ ଅନୁରୋଧ କରିଥିଲେ ଏବଂ ଏହି ତଦନ୍ତ ପ୍ରକ୍ରିୟା ବର୍ତ୍ତମାନ ଜାରି ରହିଛି । ତଦନ୍ତ ପ୍ରକ୍ରିୟାକୁ ଶୀଘ୍ର ସାରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ରେଜିଷ୍ଟ୍ରାର, କୋଅପରେଟିଭ୍‌ ସୋସାଇଟିଙ୍କ ପକ୍ଷରୁ ୨୦୨୦ ଅକେଫାବର ୬  ତାରିଖରେ ସିଆଇଡି, କ୍ରାଇମ୍‌ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା, ଭୁବନେଶ୍ୱରର ଆରକ୍ଷୀ ଅଧୀକ୍ଷକଙ୍କ ନିକଟକୁ ପତ୍ର ଲେଖାଯାଇଛି । ଏହି ତଦନ୍ତ ଆଧାରରେ ଯେଉଁ ଚାଷୀ ସଭ୍ୟା/ସଭ୍ୟମାନଙ୍କର ଋଣ ଅର୍ଥ ପ୍ରଦାନରେ ହେରଫେର ପ୍ରମାଣିତ ହେବ, ଉକ୍ତ ଅର୍ଥ ସେଥିପାଇଁ ଦାୟୀ କର୍ମଚାରୀମାନଙ୍କଠାରୁ ଆଦାୟ କରାଯିବ । ଅଡିଟ୍‌ ରିପୋର୍ଟକୁ ଆଧାର କରି ଅନିୟମିତତାରେ ସଂପୃକ୍ତ ଥିବା ପଦାଧିକାରୀଙ୍କଠାରୁ ସରଚାର୍ଜ ପ୍ରୋସିଡିଂ ମାଧ୍ୟମରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଉକ୍ତ ଅନିୟମିତତାରେ ସଂପୃକ୍ତ ପ୍ରତ୍ୟେକ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଆର୍ଥିକ ଅନିୟମିତତା ଓ ହେରଫେରରେ କ୍ଷତିଗ୍ରସ୍ତ ଋଣୀ ଚାଷୀମାନଙ୍କର ସ୍ୱାର୍ଥକୁ ଆଇନ ମତେ ସୁରକ୍ଷା ପ୍ରଦାନ କରାଯିବ ବୋଲି ନିବନ୍ଧକ, ସମବାୟ ସମିତି ସମୂହଙ୍କ ସୂତ୍ରରୁ ପ୍ରକାଶ ।

Show More

Related Articles

Back to top button