Breaking PLUSଓଡ଼ିଶାମୁଖ୍ୟ ଖବର

ଲଗାଣ ବର୍ଷା କାରଣରୁ ବିପଦ ସଙ୍କେତ ଟପିଲା ବଂଶଧାରା ନଦୀ

ଗଜପତିରେ ଲଘୁଚାପ ଜନୀତ ବର୍ଷା ଯୋଗୁଁ କାଶୀନଗରରେ ବଂଶଧାରା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। କାଶୀନଗର ଠାରେ ବିପଦ ସଂକେତ ୫୪.୬୦ମିଟର ରହିଥିବା ବେଳେ ୫୪.୭୯ମିଟରରେ ଜଳସ୍ତର ରହିଛି। କଳାହାଣ୍ଡି, ରାୟଗଡା ଜିଲ୍ଲାରେ ଲଗାତାର ବର୍ଷା ହେଲେ ଆହୁରି ଜଳସ୍ତର ବଡିବା ସହ ନଦୀ କୂଳିଆ ଗ୍ରାମ କାଶୀନଗର ବ୍ଲକର ସାରା, ବାଡିଗାଁ, ଭାନା, ଗୌରି ପ୍ରଭାବିତ ହେବା ନିଶ୍ଚିତ ହୋଇଛି।

ତେବେ ଉପର ମୁଣ୍ଡରେ ବର୍ଷା ଲାଗିରହିଥିବାରୁ ନଦୀ କୂଳିଆ ଲୋକଙ୍କୁ ଚିନ୍ତାରେ ପକାଇଛି ବଂଶଧାରା ନଦୀ। ସେପଟେ ଜିଲ୍ଲା ପ୍ରଶାସନ ଆନ୍ଦ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ପ୍ରଶାସନ ସହ ଲଗାତାର ସମ୍ପର୍କରେ ରହି ହୀରମଣ୍ଡଳମ ସ୍ଥିତ ଗୋଟା ବ୍ୟାରେଜର ୫୦ମିଟର ଉତାର ୨୦ଟି ଗେଟ ଖୋଲାଇ ବନ୍ୟାଜଳ ସମୁଦ୍ରକୁ ନିଷ୍କାସିତ କରାଉଛି। ବେରେଜକୁ ୨୪ହଜାର ୩୨୪ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ୩୧ହଜାର ୮୩୦ କ୍ୟୁସେକ ବନ୍ୟା ଜଳ ସମୁଦ୍ର କୁ ଛଡା ଯାଉଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣେ ଜିଲ୍ଲା ସ୍ତରୀୟ ଅଧିକାରୀ ନୋଡାଲ ଅଫିସର ଭାବେ ରହି ସ୍ଥିତି ଉପରେ ନଜର ରଖିଥିବା ଜଣାପଡିଛି। ସେହିପରି ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ଗୁମ୍ମା ନାଳରେ ବନ୍ୟା ଜଳ ଆସିବା ଯୋଗୁଁ ପାରଳାଖେମୁଣ୍ଡି ରୁ ଗୁଙ୍ଗା ସଡ଼କ ଉପରେ ୨ଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେବା ସହ ବହୁ ଚାଷଜମିକୁ କ୍ଷତି ପହଞ୍ଚାଇଛି।

Show More

Related Articles

Back to top button