Breaking PLUSଦେଶମୁଖ୍ୟ ଖବର

କର୍ଣ୍ଣାଟକରେ ଲାଗୁ ହେଲା ନାଇଟ କର୍ଫ୍ୟୁ

୨୮ରୁ ଲାଗିବ କଟକଣା

ଭାରତରେ ଆତଙ୍କ ଖେଳାଇଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ଦିନକୁ ଦିନ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଭାରତରେ ମୋଟ ୪୦୦ରୁ ଅଧିକ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ସାରା ଦେଶରେ ଓମିକ୍ରନ୍ ସଙ୍କଟ ବଢୁଥିବା ବେଳେ ୧୦ଦିନିଆ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି କର୍ଣ୍ଣାଟକ ସରକାର ।

ଡିସେମ୍ବର ୨୮ରୁ ୧୦ଦିନ ଯାଏ ଏହି କଟକଣା ଲାଗୁ ହେବ । ରାତି ୧୦ଟାରୁ ଭୋର ୫ଟା ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ କେ ସୁଧାକର ।

ରାତ୍ରିକାଳୀନ କର୍ଫ୍ୟୁ ସହ ନୂଆବର୍ଷ ପାର୍ଟି ଓ ସେଲିବ୍ରେସନ ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ବରିଷ୍ଠ ଅଧିକାରୀ ଓ କୋଭିଡ୍‌ ଟେକ୍ନିକାଲ ଆଡଭାଇଜରୀ କମିଟି ସହ ଆଲୋଚନା ପରେ କଟକଣା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ । ନିରାଡମ୍ବର ଭାବେ ନୂଆବର୍ଷ ପାଳନ କରିବାକୁ ଗାଇଡଲାଇନ ଜାରି କରାଯାଇଛି । ଏହି ସମୟରେ ଡିଜେ ଓ ଜନଗହଳିକୁ ମଧ୍ୟ ବାରଣ କରାଯାଇଛି । କଟକଣା ପାଳନ ନ ହେଲେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି ।

Show More

Related Articles

Back to top button